🚨 ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ୩୭ ଯାତ୍ରୀ।
ବସ୍ତା:-(ସେଖ ଆଜାରୁଦ୍ଦିନ) ନି.ପ୍ର
ବସ୍ତା ଥାନା ଅନ୍ତର୍ଗତ ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେବାରୁ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ବସରେ ଥିବା ପ୍ରାୟ ୩୭ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ବସ୍ତା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିବା ବେଳେ ପୋଲିସ ଏହାର ତଦନ୍ତ ଜାରି ରଖିଛି।
