*ନୂଆପଡ଼ା ଜିଲ୍ଲା ରେ ଧାନ ମଣ୍ଡି ରୁ ରବି ଧାନ ଉଠାଣ ନେଇ ଶେଷ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଚାଷୀଙ୍କ ଧାନ ଉଠାଣ ପାଇଁ ଆଇ ସ୍କେନ କାର୍ଯ୍ୟ ଅବ୍ୟାହତ, ଆଇସ୍କେନ କରିବାକୁ ଲାଇନ୍ ରେ ଚାଷୀ* ନୂଆପଡା(ମିଖାଏଲ ନନ୍ଦ)
ତା:୦୩.୦୭.
ନୂଆପଡ଼ା ଜିଲ୍ଲା ରେ ବିଭିନ୍ନ ମଣ୍ଡିରୁ ରବି ଧାନ ଉଠାଣ ନେଇ ବ୍ୟାପକ ସମସ୍ୟା ଦେଖାଯାଇଥିବା ବେଳେ ସମସ୍ତ ମଣ୍ଡିରୁ ଧାନ ଉଠାଣ ଶେଷ ତାରିଖ ଧାର୍ଯ୍ୟ ହୋଇଅଛି। ତେଣୁ ଚାଷୀମାନେ ମଣ୍ଡିରୁ ଧାନ ବିକ୍ରି ପାଇଁ ଲମ୍ବା ଲାଇନ୍ ରେ ଆଇଷ୍କେନ୍ କରୁଥିବା ଦେଖାଯାଉଛି। ଖଡ଼ିଆଳ ମଣ୍ଡିରେ ୨୨୦ ଜଣ ଚାଷୀଙ୍କ ୫୦ ହଜାର ବସ୍ତା ରୁ ଉର୍ଦ୍ଧ ଧାନ ଥିବା ପ୍ରାଥମିକ କୃଷି ସମବାୟ ସମିତି ପକ୍ଷ ରୁ ସୂଚନା ରହିଅଛି। ଖଡ଼ିଆଳ ମଣ୍ଡିରେ ଗୋଟିଏ ଥରେ ତିନି ଜଣ ଚାଷୀଙ୍କ ଆଇସ୍କେନ ହେଉଥିବା ବେଳେ ଶୀଘ୍ର ଧାନ ଉଠିବା ପାଇଁ ଚାଷୀମାନେ ଅନୁରୋଧ କରୁଛନ୍ତି। ଖୁଲା ଆକାଶ ତଳେ ମଣ୍ଡିରେ ପଲିଥିନ ଢାଙ୍କି ଚାଷୀ ଧାନ ରଖିଛନ୍ତି। ତୁରନ୍ତ ନଉଠିଲେ ମଣ୍ଡିରେ ଗଜା ହେବା ଆଶଙ୍କା କୁ ଦୃଢ଼ି ଭୂତ ହେବ।
