ଏ ଆଇ ଟି ୟୁ ସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।
ବ୍ରହ୍ମପୁର -ବ୍ରହ୍ମପୁର ପାର୍କ ସାହିସ୍ଥିତ ଏ ଆଇ ଟି ୟୁ ସି କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଯୁଗ୍ମ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶୁଭଲଷ୍ମୀ ବେହେରାଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୁଦ୍ଧରେ ଗତ ତା ୨୪/୪/୨୦୨୬ରିଖ ଦିନ ନିର୍ମାଣ ଶ୍ରମିକ ମାନଙ୍କ ପକ୍ଷ ରୁ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଧାରଣାରେ ଏକ ଦାବୀ ପତ୍ର ଶ୍ରମ କମିଶନରଙ୍କୁ ଯୁଗ୍ମ ଶ୍ରମ ଅଯୁକ୍ତଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଯୁଗ୍ମ ଶ୍ରମ ଅଯୁକ୍ତ ମିଟିଂ ରେ ବ୍ୟସ୍ତ ଥିବା ହେତୁ ଜିଲ୍ଲା ଶ୍ରମ ଅଧିକାରୀ ଦାବିପତ୍ର ଗ୍ରହଣ କଲେ। ଦାବୀ ପତ୍ରରେ ରେଗୁଲାର ଡିଏଲଓ ନିଯୁକ୍ତି ସହାୟତା ରାଶି ପ୍ରଦାନ ରେ ଅନିୟମିତତା ଇତ୍ୟାଦି ୧୦ଦଫା ଦାବୀ ପତ୍ରକୁ ସଂକୀଣ୍ଣ ମନୋଭାବ ରଖି ଆଜି ପର୍ଯ୍ୟନ୍ତ ଶ୍ରମ କମିଶନର କୁ ପଠାଇଲେ ନାହିଁ। ଏହାର ପ୍ରତିବାଦରେ ସଂଘ ପକ୍ଷ ରୁ ମୁଖ୍ୟମନ୍ତ୍ରୀ ଙ୍କ ଜଣଶୁଣାଳୀ ଓ ମୁଖ୍ୟ ସଚିବ ଙ୍କ ଜଣଶୁଣାଳୀ ରେ ଆବେଦନ କରାଯାଇଥିଲା। ସେ ଖବର ପାଇ ଭାରପ୍ରାପ୍ତ ଶ୍ରମ ଅଧିକାରୀ ତା ୨୨/୦୬/୨୦୨୬ରିଖ ସନ୍ଧ୍ୟା ରେ ଧମକ ଭରା କଣ୍ଠରେ ଆପଣ ଜଣଶୁଣାଳୀ ରେ ଆବେଦନ କରିଛନ୍ତି କି ବୋଲି ପଚାରିଲେ? ମୁଁ କହିବାରୁ ଠିକ ଅଛି କହିଲେ। ଦୀର୍ଘ ଏକ ବର୍ଷ ହେବ ମୃତ୍ୟୁକାଳୀନ ସହାୟତା ରାଶି ଓ ବିବାହ ସହାୟତା ରାଶି ସକାଶେ ଆବେଦନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ମଞ୍ଜୁର ହୋଇନାହିଁ। ତା ୨୩/୦୬/୨୦୨୬ରିଖ ୟୁନିୟନ ନେତା ମହେନ୍ଦ୍ର ଜେନା ସାନଖେମୁଣ୍ଡି ଭାରପ୍ରାପ୍ତ ଶ୍ରମ ଅଧିକାରୀଙ୍କୁ ସହାୟତା ରାଶି ପ୍ରଦାନ ସଂକ୍ରାନ୍ତ ରେ ପଚାରିବାରୁ ସେ ଉତକ୍ଷିପ୍ତ ହୋଇ ତୁମ ସଂଗଠନ ପକ୍ଷ ରୁ ମୋ ବିରୋଧ ରେ ମୁଖ୍ୟମନ୍ତ୍ରୀ ଙ୍କ ଜଣଶୁଣାଳୀ ରେ ଅଭିଯୋଗ କରାଯାଉଛି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ଶ୍ରମ କମିଶନର ତୁମ କାମ କରିବେ। ମୁଁ ତୁମ ୟୁନିୟନ ର କିଛି କାମ କରିବି ନାହିଁ। ମୁଁ ଉପରିସ୍ଥ ଅଧିକାରୀଙ୍କୁ ଅର୍ଥ ଦେଇଛି ଭୁବନେଶ୍ୱର ବଦଳି ପାଇଁ ତୁମେ ମୋର କିଛି କରିପାରିବ ନାହିଁ। ମୋତେ ଯିଏ ଅର୍ଥ ଦେବ ମୁଁ ତାର କାମ କରିବି କହିଲେ। ତା ୨୪/୦୬/୨୦୨୬ରିଖରେ ମୁଁ ପ୍ରବୀଣ କୁମାର ଦାଶ ଭାରପ୍ରାପ୍ତ ଶ୍ରମ ଅଧିକାରୀଙ୍କୁ ଭେଟିବା ପରେ ତୁମେ ଉତକୋଚ ଲେଖିବ କହି ଚାଲିଗଲେ। ମୁଁ ଦୁଇ ଘଣ୍ଟା ଅପେକ୍ଷା କରି ଫେରିଆସିଲି। ପୁର୍ନବାର ତା ୦୧/୦୭/୨୦୨୬ରିଖରେ ମହେନ୍ଦ୍ର ଜେନା ପଚାରିବାରୁ ସେ ତାଙ୍କର ପୁରୁଣା କଥାକୁ ଦୋହରାଇ ବିନା ଅର୍ଥ ରେ ମୁଁ କାମ କରିବି ନାହିଁ କହିଲେ, ପୁର୍ନବାର ତା ୦୨/୦୭/୨୦୨୬ରିଖ ଦିନ ମୁଁ ସହାୟତା ସଂକ୍ରାନ୍ତ ରେ ପଚାରିବାରୁ ନୂଆଁ ଡିଏଲଓ କରିବେ କହିଲେ। ଏପରି ଖୋଲା ଅର୍ଥ ଦାବୀ କରୁଥିବା ଭାରପ୍ରାପ୍ତ ଶ୍ରମ ଅଧିକାରୀ ଯେ ଆର ଏଲ ଆଇ ରୁ ଏ ଏଲ ଓ ଓ ବର୍ତ୍ତମାନ ଶ୍ରମ ଅଧିକାରୀ ଦାୟିତ୍ୱ୍ୱ ରେ ଅଛନ୍ତି ତାଙ୍କୁ ତୁରନ୍ତ ଏଠାରୁ ବଦଳି କରାଯାଇ ରେଗୁଲାର ଡିଏଲଓ ନିଯୁକ୍ତି ଦିଆଯାଇ ଶୁଭଲଷ୍ମୀ ବେହେରା ଡିଏଲ ଓ ଦାୟିତ୍ୱ୍ୱ ରେ ଥିବା ଠାରୁ ଆଜି ପର୍ଯ୍ୟନ୍ତ ମଞ୍ଜୁର କରିଥିବା ସହାୟତା ରାଶି ର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରୁଛୁ। ପ୍ରବୀଣ କୁମାର ଦାଶ କାମଦେବ ନାହାକ, ପ୍ରଫୁଲ୍ଲ ଜେନା, ପ୍ରଫୁଲ୍ଲ ଜେନା (ନିର୍ମାଣ ଶ୍ରମିକ )ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ।
