କୋଇଡା (ସଞ୍ଜୟବେହେରା) : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ୍ ମାଲଦା ଗ୍ରାମପଞ୍ଚାୟତ କଲମଙ୍ଗ ଗ୍ରାମରେ, ଲଘୁଚାପଜନିତ ବର୍ଷା ରେ ଅସ୍ତବ୍ୟସ୍ତ କୋଇଡା ଖଣି ଅଞ୍ଚଳବାସି।ଏହି ବର୍ଷା ରେ ବେସାହାରା ହୋଇ ପଡିଛି ହରି ବେହେରାଙ୍କ ପରିବାର । ଆଜାଦାନୀ ଖଣିରୁ ଆସୁଥିବା ପାଣି ଲହଡି ମାରୁଛି ହରି ବାବୁଙ୍କ ଘରେ । ନଷ୍ଟ ହୋଇ ଯାଇଛି ଘରର ସମସ୍ତ ଜିନିଷ ପତ୍ର ।ମୁଣ୍ଡ ଗୁଞ୍ଜିବା ପାଇଁ କିଛି ନାହିଁ । ସରକାରୀ ସହାୟତା ଅପେକ୍ଷାରେ ହରି ବେହେରା। ଗତ ତିନିଦିନ ହେଲା ଲଗାଣ ବର୍ଷା ଯୋଗୁଁ ହରି ବେହାରଙ୍କ ଘର ବର୍ଷା ପାଣିରେ ଭାଙ୍ଗି ଯାଇଛି । ହରି ବେହେରା ର ପରିବାର କହିଲେ ତିନି ପୁଅ ଦୁଇ ଝିଅ ।ଝିଅ ଦୁଇ ଟି ବାହା ହୋଇଥିବା ବେଳେ ପୁଅ ମାନେ ବାହାହୋଇ ଅନ୍ୟତ୍ର ରହୁଛନ୍ତି ।କଲମଙ୍ଗ ଗ୍ରାମର ଝାଟି ମାଟି ଘରେ ହରି ଓ ତାର ସ୍ତ୍ରୀ ମାଟି ହାଣ୍ଡି ତିଆରି କରି ପେଟ ପୋଷନ୍ତି । ଲଗାଣ ବର୍ଷା ଯୋଗୁଁ ଝାଟି ମାଟି ଘର ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି ।ରହିବା ପାଇଁ ଘର ଖଣ୍ଡିଏ ନାହିଁ ।ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
