
କଳାହାଣ୍ଡି…ଯୁଟିଆ ଶିକ୍ଷକ ସଂଘ ତରଫରୁ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ସଂଘର ସଭାପତି ପ୍ରଦୀପ ପଣ୍ଡା , ସାଧାରଣ ସମ୍ପାଦକ ଅମରେଶ କୁମାର ନେଗୀ ଓ ଉପସଭାପତି ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନୂତନ ଅଧିକାରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷାର ଗୁଣାତ୍ମକ ବିକାଶ ତଥା ଛାତ୍ରଛାତ୍ରୀମାନଙ୍କ ସମସ୍ତ ଯୋଜନାକୁ ସଠିକ୍ ଭାବରେ କାର୍ଯ୍ୟକାରୀ ହିଁ ପ୍ରାଥମିକତା ରହିବ ବୋଲି ନୂତନ ଅଧିକାରୀ ମତବ୍ୟକ୍ତ କରିଥିଲେ l ଆଗାମୀ ଦିନରେ ସଂଘ ସହିତ ସକାରାତ୍ମକ ଆଲୋଚନା କରି ଶିକ୍ଷକମାନଙ୍କର ସମସ୍ୟାକୁ ସମାଧାନ କରାଯିବ ବୋଲି ସଂଘକୁ ନିର୍ଭର ପ୍ରତିଶୃତି ପ୍ରଦାନ କରିଥିଲେ । ଏହି ଅବସରରେ ଜୁନାଗଡ଼ ବ୍ଲକ୍ ସମ୍ପାଦକ ବିଭୁ ଭୁଷଣ ପଣ୍ଡା, କର୍ମକର୍ତ୍ତା ପ୍ରମୋଦ ସାହୁ, ନରେଶ ଦାଶ, ରାଜୁ ସାହୁ ,ଇଲାରାଣୀ ମହାନ୍ତି , ବିଜୟଲକ୍ଷ୍ମୀ ତ୍ରିପାଠୀ ,ଧର୍ମେନ୍ଦ୍ର ପ୍ରଧାନ, ମନୋରଂଜନ ସାହୁ, ଘନଶ୍ୟାମ ରଣା, ଚନ୍ଦନ ସାହୁ , ସୁଶାନ୍ତ ସାହୁ, ବୀରେନ୍ଦ୍ର ଆଚାରୀ, ସୋମନାଥ ସାହୁ, ବିଶ୍ଵଜିତ୍ ନାଏକ, ପ୍ରଶାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ |