ବୌଦ୍ଧ(କୃଷ୍ଣଚନ୍ଦ୍ର ସିଂହ) : ଜିଲ୍ଲା ସଂଗ୍ରହାଳୟ ସାମ୍ନା ଦୋକାନ ଘରେ ନାବାର୍ଡ଼ ସହାୟତାରେ ସ୍ବେଛାସେବୀ ଅନୁଷ୍ଠାନ ସେବକ ମାର୍ଗଦର୍ଶନରେ ଗନ୍ଧରାଢ଼ି କୃଷକ ଉତ୍ପାଦକ ସଂଗଠନ ଆନୁକୂଲ୍ୟରେ କୃଷକ ନେତା ବିଶିକେଶନ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମିଣ ଦୋକାନ ଖୋଲାଯାଇଛି l ନାବାର୍ଡ଼ ଡିଡ଼ିଏମ ସତ୍ୟ ସ୍ୱରୂପ ବିଦାନ୍ତଙ୍କ ଦ୍ୱାରା ଉଦଘାଟନ ହୋଇଥିଲା l ସ୍ୱତନ୍ତ୍ର ଅତିଥି ଭାବେ ପୁରୀ ବାଲିଘାଇ ଆଶ୍ରମର ସାଧୁ କ୍ରିଷ୍ଣାନନ୍ଦ ଗିରି, ନିର୍ମଳା ନନ୍ଦ ଗିରି ଓ ଶାନ୍ତି ସ୍ୱରୂପାନନ୍ଦ ଗିରି ଉପସ୍ଥିତ ହୋଇ ମନ୍ତ୍ରପାଠ କରିଥିଲେ l ଉକ୍ତ ଅବସରରେ ଅବସପ୍ରାପ୍ତ ଶିକ୍ଷାବିତ ଡ଼ଃ ନନ୍ଦ କିଶୋର ମହାକୁଡ଼, ଓଡିଶା ଗୋସେବା ସମିତି ବୌଦ୍ଧ ଜିଲ୍ଲା ସଭାପତି ପ୍ରାଣବନ୍ଧୁ ମହାପାତ୍ର ସେବକ ଅନୁଷ୍ଠାନର ରଞ୍ଜନ କୁମାର ଭୋକ୍ତା, ସାଲୁଙ୍କି ଏଫପିଓ ସିଇଓ ସାମାଜିକ କର୍ମୀ କୃତ୍ତିବାସ ପଲିଆ, ଗନ୍ଧରା଼ଢ଼ୀ ଏଫପିଓ ସମ୍ପାଦକ ଆସମାନ ମହାକୁଡ଼, ମାହେଶ୍ୱରୀ ଗୋଶାଳା ଅଧକ୍ଷ ନିର୍ଗୁଣ ମହାକୁଡ଼ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ l ଦୋକାନ ଖାଲି ବ୍ୟବସାୟ ଉପଲକ୍ଷେ ଖୋଲା ଯାଇ ନାହିଁ ଏହା ମାଧ୍ୟମରେ ଜିଲ୍ଲାର କୃଷକ ମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରେ ବ୍ୟବସାୟ କରି ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ପ୍ରୟାସ ରହିବ ବୋଲି ଆୟୋଜନ ଶ୍ରୀ ପ୍ରଧାନ ମତ ରଖିଥିଲେ।
