
ବିକାଶର ଧାରା ଓଡ଼ିଶା ସାରା ପଞ୍ଚାୟତ ସମିତି ସ୍ତରୀୟ କାର୍ଯ୍ୟକ୍ରମ
____________________
ସାରସକଣା,(୩୦/୬/୨୬):
ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଏବଂ ପ୍ରମୁଖ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ତଥା ବିକାଶମୂଳକ ଆଭିମୁଖ୍ୟ ବିଷୟରେ ଜନସାଧାରଣଙ୍କ ସହଭାଗିତାକୁ ଅଧିକ ସୁଦୃଢ କରିବା ପାଇଁ ଏକ ରାଜ୍ୟବ୍ୟାପୀ ଜନ ସଂପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ “ଜନ କଲ୍ୟାଣ ଶିବିର” ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବଡ଼ ଚାଟରା ଖେଳ ପଡ଼ିଆ ଧାନ ଘେରୀ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ଭାଦବ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାର ସୁଫଳ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି ଅବସରରେ ବିଧାୟକ ଭାଦବ ହାଁସଦା ଧାନ ଘେରୀ ସ୍ଥିତ କୁଡୁମୀ ଭବନର ଶୁଭ ଉଦ୍ ଘାଟନ କରିଥିଲେ । କୁଡୁମୀ ସମାଜ ନିଜର ସମୃଦ୍ଧ ପରମ୍ପରା, ସଂସ୍କୃତି, ପରିଶ୍ରମ ଓ ସାମାଜିକ ଏକତା ପାଇଁ ସ୍ୱତନ୍ତ୍ର ପରିଚୟ ବହନ କରି ଆସିଛି । ଏହି କୁଡୁମୀ ଭବନ ସମାଜର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ, ସାମାଜିକ ସମନ୍ବୟ ଏବଂ ନୂତନ ପିଢି ମଧ୍ୟରେ ଏକତାର ବନ୍ଧନକୁ ଆହୁରି ସୁଦୃଢ କରିବ ବୋଲି ସେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ଏହା ଛଡ଼ା ସମୃଦ୍ଧ ସମାଜ ଓ ବିକଶିତ ଓଡ଼ିଶା ଗଠନରେ ସମସ୍ତଙ୍କ ସହଯୋଗ ଏବଂ ସହଭାଗୀତା ହଁ ଆମର ପ୍ରକୃତ ଶକ୍ତି ସମ୍ପର୍କରେ ବିଧାୟକ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଦେବାଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାରସକଣା ବ୍ଲକ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତି, ଝାରପୋଖରିଆ ସରପଞ୍ଚ ମାଳତୀ ସିଂ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପୁଷ୍ପାଞ୍ଜଳି ରାଉତ , ବ୍ଲକ ସମାଜ ମଙ୍ଗଳ ଅଧିକାରୀ କାଡ଼ାଇ ଟୁଡୁ , ଜନଜାତିର ସମାଜସେବୀ କରମ ଚ଼ାନ୍ଦ ମାର୍ଣ୍ଡି ପ୍ରମୁଖ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ବ୍ଲକ ବି.ଡ଼ି.ଓ ସୁମନ ରାଜା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଏବଂ ହିତାଧିକାରୀମାନଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସୂଚନା ଦେବା ସହିତ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କ ସହଯୋଗ ଏବଂ ସକ୍ରିୟ ସହଭାଗିତା ହିଁ ପ୍ରକୃତ ଶକ୍ତି ବୋଲି ସେ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ । ସାରସକଣାରୁ ଅନୀଲ କୁମାର ସାହୁଙ୍କ ରିପୋର୍ଟ।
