ଶିକ୍ଷା ପାଇଁ ଏମ ସି ଏଲ ର ଧର୍ମ କଣ୍ଟାରେ ଧାରଣାରେ ବସି ଲେ ନାଆଁ ବାଳିକା
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ହେଂସମୂଳ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜା ତାଙ୍କ ପରିବାରର ଏମ ସି ଏଲ ରେ ଜମି ବାଡି ହରାଇଥିଲେ ମଧ୍ୟ ପରିବାର ଷଷ୍ଟ ଶ୍ରେଣୀରେ ପଢ଼ୁଥିବା ଦୁଇ ଜାଳା ଝିଅଙ୍କର ସ୍ଥାନୀୟ ଡିଏଭି ସ୍କୁଲରେ ଆଡ଼ମିଶନ ନ ହେଇ ପାରିବାରୁ ସେମାନେ ଆଜି ଭୁବନେଶ୍ଵରୀ କୋଇଲା ଖଣି ରେ ବସି ଆନ୍ଦୋଳନ କରିଥିବା ବେଳେ ସମସ୍ତଙ୍କୁ ଚକିତ କରିଛି । କୁନି କୁନି ଛଆ ଯେଉଁ
କମଳ ହାତରେ ଖଡ଼ି ସିଲଟ ଧରିବା କଥା ସେମାନେ ଆଜି ରଜ ରାସ୍ତାକୁ ଓହଲାଇବା ସଭ୍ୟ ସମାଜ ପ୍ରତି କି ପ୍ରକାର ବାର୍ତ୍ତା ହେଉଛି। ତାହା ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ସରକାର ସଭିଏ ପଢନ୍ତୁ ସଭିଏ ବଢନ୍ତୁ ନାରା ଦେବା ସହ ବେଟି ପଢାଅ ବେଟି ବଂଚାଅ ନାରା ଏହି ଦୁଇ ଭଉଣୀଙ୍କ କ୍ଷେତ୍ରରେ କିପରି ଭାବେ କାର୍ଯ୍ୟ କାରୀ ହୋଇ ପାରିଲା ନାହିଁ । ସମାଜ ପାଇଁ ଏହା ଏକ ଶକ୍ତ ଚାପୁଡ଼ା ବୋଲି ତାଳଚେର ଉପଖଣ୍ଡରେ ଚର୍ଚ୍ଚା ପରିସରଳ ଆସିଛି ଷଷ୍ଟ ଶ୍ରେଣୀରେ ପଢ଼ୁଥିବା ଦୁଇଟି ନାବାଳିକା ଝିଅଙ୍କର ବାପା ସ୍ଥାନୀୟ ଡିଏଭି ସ୍କୁଲରେ ଝିଅ ମାନଂକର ନାମ ଲେଖାଇବାକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ତାଙ୍କୁ ସ୍କୁଲର ପ୍ରିନ୍ସିପାଲ ରୋକ ଠୋକ ମନା କଲେ ନାମ ଲେଖା ହୋଇପାରିବ ନାହିଁ ବୋଲି କହିବାରୁ ଦୁଇଟି କୁନି ଝିଅ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ ଭୁବନେଶ୍ୱରି ଖଣିରେ ଆନ୍ଦୋଳନ ଚଳାଇ ଲଢେଇ ଜାରୀ ରଖିଥିବା ଘଟଣା ଏବେ
ଭଞ୍ଜଦୂତ ସମ୍ମାନକୁ ଆସିଛି ।
ଝିଅ ଦୁଇଟି କୋଇଲା ଖଣି ପରିବହନ ବନ୍ଦ କରିଦେଇଥିବା ବେଳେ ସେଠାରେ ତାଳଚେର ଥାନା
ପୋଲିସ ପହଞ୍ଚି ଝିଅ ଦୁଇଟି କୁ ଥାନାକୁ ଆଣି ବୁଝା ଶୁଝା କରିବାପରେ ପରିବାର ଲୋକ ଙ୍କ ହାତରେ ସେମାନଙ୍କୁ ହସ୍ତାନ୍ତର କରି ଥିବା ପୋଲିସ ସୂତ୍ର ରୁ ପ୍ରକାଶ ତେବେ ପ୍ରଶ୍ନ ଉଠେ ଯେ ଖଣି କ୍ଷତି ଗ୍ରସ୍ତ ପ୍ରଜା ମାନେ ଏଠାରେ ନ୍ୟାୟ କେମିତି ପାଉଛନ୍ତି ଏହି ଘଟଣା ରୁ ତାହା ସ୍ପଷ୍ଟ ହୋଇ ଯାଉଛି
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
