*ନୂଆପଡ଼ା ଜିଲ୍ଲା ରେ ଡାକ୍ତରୀ ଦଳଙ୍କ ବିରଳ ଅସ୍ତରୋପଚାର, ମହଜୁଦ୍ ଆନୁଷଙ୍ଗିକ ବ୍ୟବସ୍ଥା କୁ ନେଇ ରାତ୍ରି ଅଧ୍ ରେ ରେ ଯୁବକର ଜୀବନ ବଞ୍ଚିଲେ,ଛୁରା ମାଡ ରେ ଅନ୍ତବୁଜୁଳା ବାହାରି ଆସିଥିବା ବେଳେ ତୁରନ୍ତ ସଫଳ ଚିକିତ୍ସା* ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୬.
ନୂଆପଡ଼ା ଜିଲ୍ଲା ରେ ଡାକ୍ତର ଦଳଙ୍କ ଅଦମ୍ୟ ପ୍ରଚେଷ୍ଟା ଏବଂ ଉତ୍ସାହ ସତରେ ଜଟିଳ ରୋଗୀଙ୍କୁ ଆରୋଗ୍ୟ କରିବାର ଯାଦୁଗର କହିଲେ ଅତ୍ୟୁଚି ହେବ ନାହିଁ। ଏଭଳି ଘଟଣା ନୂଆଁ ନୁହେଁ ବାରମ୍ବାର, ପରିସ୍ଥିତି କୁ ଦେଖି ତୁରନ୍ତ ଚିକିତ୍ସା ସେବା ଯୋଗାଇବା ରେ ପଛଘୁଞ୍ଚା ଦେଇନାହାନ୍ତି। ଗତକାଲି ରାତ୍ର ୩ ଘଣ୍ଟା ସମୟରେ ଏକ ଯୁବକ ଙ୍କୁ ଛୁରା ମାଡ ହେବା ଯୋଗୁଁ ସେ ଗୁରୁତର ଅବସ୍ଥା ରେ ନୂଆପଡା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲେ। ରାତ୍ର ୩ ଘଣ୍ଟା ସମୟରେ ଅସ୍ତ୍ରୋପ୍ରଚାର କେନ୍ଦ୍ର କବାଟ ଖୋଲି ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ।
ଅଧାରାତିରେ ଅପରେସନ୍ ଥିଏଟର ଖୋଲି ମୁମୂର୍ଷୁ ଯୁବକଙ୍କୁ ଜୀବନଦାନ ଦେଇଛନ୍ତି। ଆକାଶ ଯାଦବ ଗତକାଲି ଛତିଶଗଡ଼ର ଟେମ୍ପରି ଅଞ୍ଚଳକୁ ମେଳା ଦେଖିବାକୁ ଯାଇଥିଲେ। ଯୁବକଙ୍କ ସହ କୌଣସି କାରଣରୁ ବଚସା ହୋଇଥିଲା। ଏହି ଗଣ୍ଡଗୋଳ ଉଗ୍ର ରୂପ ନେବା ରାତ୍ର ୧ଟା ସମୟରେ ଧାରୁଆ ଛୁରୀରେ ଆକାଶଙ୍କୁ ଆକ୍ରମଣ କରାଯାଇଥିଲା। ଛୁରାମାଡ଼ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ପେଟଟି ସମ୍ପୂର୍ଣ୍ଣ କଟିଯିବା ସହ ଭିତର ଅଂଶ (ଅନ୍ତ୍ରବୁଜୁଳା) ବାହାରକୁ ଚାଲିଆସିଥିଲା। ଏହି ଆଘାତରେ ତାଙ୍କର ଲିଭର (ଯକୃତ) ମଧ୍ୟ ଗଭୀର ଭାବେ କଟିଯାଇଥିଲା, ଯାହାଫଳରେ ପ୍ରଚୁର ରକ୍ତସ୍ରାବ ହେଉଥିଲା ଏବଂ ରୋଗୀ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ।
ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସ୍ୱସ୍ତି ରେଖା ନାୟକ ତୁରନ୍ତ ରାତିରେ ହିଁ ଅପରେସନ ରୁମ୍ (OT) ଖୋଲାଯାଇଥିଲା ଏବଂ ରାତି ୩ଟା ସମୟରେ ଏହି ବିପଦପୂର୍ଣ୍ଣ ଜରୁରୀକାଳୀନ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା।ପ୍ରାୟ ୩ ରୁ ୪ ଘଣ୍ଟା କାଳ ନିରବଚ୍ଛିନ୍ନ ଭାବେ କଠିନ ପରିଶ୍ରମ କରି ଏହି ଅପରେସନକୁ ସଫଳତାର ସହ ଶେଷ କରିଥିଲେ। ଡାକ୍ତରୀ ଦଳରେ, ବରିଷ୍ଠ ସର୍ଜରୀ ବିଶେଷଜ୍ଞଡାକ୍ତର ସ୍ୱସ୍ତି ରେଖା ନାୟକ,ଏନେସ୍ଥେସିଆ ବିଶେଷଜ୍ଞ
ଡାକ୍ତର ରଶ୍ମିଜିତ ବେହେରା ।ସର୍ଜରୀ ବିଶେଷଜ୍ଞ। ଡାକ୍ତର ଗୋବିନ୍ଦ ଚନ୍ଦ୍ର ସହୁଙ୍କ ଉପସ୍ଥିତି ଓ ସହଯୋଗ ଏହି ମେଡିକାଲ ଟିମ୍କୁ ଅଧାରାତିରେ ଆହୁରି ମଜବୁତ କରିଥିଲା।ଓ.ଟି. ଆସିଷ୍ଟାଣ୍ଟ ସୁଭରାଂଶୁ ଏବଂ ଅଜୟ ସାହୁ ଏବଂ ହାଉସକିପିଂ କର୍ମଚାରୀ ହେମଲତା ସାହାନୀ ଯିଏ ଗଭୀର ରାତିରେ ମଧ୍ୟ ଅତ୍ୟନ୍ତ ତତ୍ପରତାର ସହ ଉପସ୍ଥିତ ରହି ଅପରେସନ ଥିଏଟର ର ସମସ୍ତ ଜରୁରୀ ପରିମଳ ଓ ସଫାସୁତୁରା ବ୍ୟବସ୍ଥା କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ।
