*ବିଦ୍ୟୁତ୍ ବିଭାଗ ପକ୍ଷ ରୁ ଆଜି ମରାମତି, ମିଶନ ରେ ନୂତନ ଟ୍ରାନ୍ସଫର୍ମ ଖଞ୍ଜା ହୋଇଥିବା ବେଲେ ଗ୍ରିଡ୍ ରେ ମରାମତି*
ନୂଆପଡା(ମିଖାଏଲ ନନ୍ଦ)
ତା:୨୭.୦୬.
ନୂଆପଡ଼ା ଜିଲ୍ଲା ଖଡିଆଳ ବିଦ୍ୟୁତ୍ ଡିଭିଜନ୍ ପକ୍ଷ ରୁ ଆଜି ବିଦ୍ୟୁତ୍ ମରାମତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଆଜି ଦିନ ସକାଳ ୮ ଘଣ୍ଟା ରୁ ଅପରାହ୍ନ ୧ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବା ନେଇ ସୂଚନା ଦେଇଥିଲେ। ସୂଚନା ମୁତାବକ ବିଦ୍ୟୁତ୍ ମରାମତି କାର୍ଯ୍ୟ ପାଇଁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିଲା। ଖଡ଼ିଆଳ ମିଶନ ଠାରେ ଏକ ନୂତନ ଟ୍ରାନ୍ସଫର୍ମ ଖଞ୍ଜା ଯାଇଛି। ସେହିପରି ଗ୍ରିଡ୍ ଠାରେ ମଧ୍ୟ ମରାମତି କାର୍ଯ୍ୟ ହାତକୁ ନେଇଛନ୍ତି।ସେହିପରି ଜାତୀୟ ରାଜପଥ କଡ ରେ ମଧ୍ୟ ୧୧ କେଭି ମରାମତି କାର୍ଯ୍ୟ ହାତକୁ ନେଇଥିଲେ।
