*ନୂତନ ପ୍ରଧାନାଚାର୍ଯ୍ୟ ଙ୍କୁ ସ୍ଵାଗତ ଓ ପୂର୍ବ ପ୍ରଧାନ ଆଚାର୍ଯ୍ୟଙ୍କୁ ବିଦାୟ ସମ୍ବର୍ଦ୍ଧନା*
ରମ୍ଭା-:.27.6.2026-(ଶିବରାମ ଚୌଧୁରୀ )-ରିଖ ଅପରାହ୍ନ ତିନିଟା ବେଳେ ସରସ୍ଵତୀ ଶିଶୁ ମନ୍ଦିର, ରମ୍ଭା ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଅଛି । ଏଥିରେ ନୂତନ ପ୍ରଧାନାଚାର୍ଯ୍ୟ ଭାବେ ଯୋଗଦାନ କରିଥିବା ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ଥିବା ବେଳେ ଏଠାରୁ ସରସ୍ବତୀ ଶିଶୁ ମନ୍ଦିର, ଗଞ୍ଜାମକୁ ବଦଳି ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶ୍ରୀଧର ପ୍ରଧାନ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଅନୁଷ୍ଠାନର ପରିଚାଳନା ସମିତିର ସମସ୍ତ ସଦସ୍ୟ , ସଦସ୍ୟା , ଉପଦେଷ୍ଟା ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ଶିଶୁ ଭାଇଭଉଣୀ ମାନେ ଉପସ୍ଥିତ ରହି ସ୍ମୃତିଚାରଣ ଓ ଭାବ ବିନିମୟ କରିଥିଲେ। ସଭାପତି ଶ୍ରୀ ନରସିଂହ ସୁବୁଦ୍ଧିଙ୍କ ଅଧ୍ୟକ୍ଷତା ଏହି ସଭା ଅନୁଷ୍ଠିତ ହୋଇଥିଲା । ସେବାବ୍ରତୀ ଓ ଶିଶୁ ମାନଙ୍କ ଦ୍ଵାରା ପୃଥକ୍ ପୃଥକ୍ ସ୍ମାରକୀ ଉପହାର ପ୍ରଦାନ କରାଯାଇ ଅଛି । ଧନ୍ୟବାଦ ପରେ ବନ୍ଦେ ମାତରଂ ଗାନ କରି ସଭା ସାଙ୍ଗ କରାଯାଇ ଅଛି । ଅନୁରୂପ ଭାବେ ତା.୨୭.୬.୨୬ରିଖ ଶନିବାର ଦିନ ଅନୁଷ୍ଠାନରେ ଛତ୍ରପତି ଶିବାଜୀ ମହାରାଜ ଙ୍କ ସ୍ମରଣରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳନ କରାଯାଇଛି I ଏଥିରେ ବିଦ୍ୟାଳୟର ସମସ୍ତ ଶିଶୁ, ସେବାବ୍ରତୀ ଓ ପରିଚାଳନା ସମିତିର ସଦସ୍ୟ ମାନେ ଉପସ୍ଥିତ ଥିଲେ ।
