*ନୂଆପଡ଼ାରେ ଜଳବିଭାଜିକା ବିଭାଗ ସମୀକ୍ଷା : ସମୟସୀମାରେ ପ୍ରକଳ୍ପ ସମାପ୍ତି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ*
ନୂଆପଡା(ମିଖାଏଲ ନନ୍ଦ)
ତା: ୨୫.୦୬.
ନୂଆପଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନା ଯଥା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା ଏବଂ କୃଷିବନୀକରଣ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।ଜିଲ୍ଲାପାଳ ଜଳଧାରା ଯୋଜନା ଅନ୍ତର୍ଗତ ୧୫୪ ଗୋଟି ପୋଖରୀର ଅଡ଼ିବନ୍ଧରେ ଘାସ ଲଗାଇବା କାର୍ଯ୍ୟ ଯଥାଶୀଘ୍ର ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଚାଷୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅବସରରେ ଜିଲ୍ଲାର ପାଞ୍ଚଟି ବ୍ଲକର ପାଞ୍ଚ ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ସହକାରୀ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ ଦେବବ୍ରତ ବିଶ୍ୱାଳ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବପ୍ରିୟ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ନାୟକଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
