ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କୁ ଗୌତମଙ୍କ ସ୍ବାଗତ
ଯାଜପୁର ( ସରୋଜ କୁମାର ଧଳ) : ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ଯାଜପୁର ଜିଲା ପ୍ରଭାରୀ ସୁରଜ ସୂର୍ଯ୍ୟବଂଶୀ ଙ୍କୁ ବିଜେପି ନେତା ତଥା ବିଶିଷ୍ଟ ସାମାଜିକ କର୍ମୀ ଗୌତମ ରାୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ଯ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଶ୍ରୀ ରାୟ ମନ୍ତ୍ରୀ ତଥା ପ୍ରଭାରୀଙ୍କ ସହ ଆଲୋଚନା କରିଥିଲେ। ମୋଦୀଙ୍କ ସୁଶାସନ,ଚମକାଇଲା ଭଳି ଯୁଗାନ୍ତକାରୀ ପଦକ୍ଷେପ ଓ ରାଜ୍ୟରେ ମୋହନ ମାଝିଙ୍କ ଲୋକଙ୍କ ସରକାର ମାତ୍ର ବର୍ଷକ ମଧ୍ୟରେ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା, ଶ୍ରୀ ମନ୍ଦିର ଦୁଆର ଫିଟା, ସାମ୍ବାଦିକଙ୍କୁ ସଚିବାଳୟ ଯିବାକୁ ଥିବା କଟକଣା ଉଠାଇବା ଭଳି କେତେକ ପଦକ୍ଷେପ ନେଇ ଚର୍ଚ୍ଚିତ। ନେତା କର୍ମୀ ମାନେ ସରକାରଙ୍କ ସଫଳତା, ଉପଲବ୍ଧି ଜାଣି ସାଧାରଣ ଲୋକଙ୍କୁ ଅବଗତ କରାଇବା ଉପରେ ଶ୍ରୀ ଗୁରୁତ୍ବ ଦେଇଥିଲେ । ଜାତୀୟ ଶିକ୍ଷା ନୀତି, ପି ଏମ ଶ୍ରୀ , ଗୋଦାବରୀଶ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ଆମେ ରଙ୍ଗରେ ନୁହଁ ବିଦ୍ୟାଳୟର ମୌଳିକ ଆବଶ୍ୟକତା ଓ ଶିକ୍ଷଣୀୟ ପରିବେଶ ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ଦେଉଛୁ ବୋଲି ମନ୍ତ୍ରୀ କହିବା ବର୍ଷ ପୂର୍ତ୍ତି ପାଳନ ପ୍ରଭାବୀ ଢ଼ଙ୍ଗରେ କରାଯିବା ଉପରେ ଫୋକସ କରିଥିଲେ। ଯାଜପୁର ଜିଲାର ଶିକ୍ଷା ବ୍ୟବସ୍ଥାରେ ବହୁ ଅଭାବ ଅସୁବିଧା ରହିଛି । ଏଥିପ୍ରତି ମନ୍ତ୍ରୀ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ଶ୍ରା ରାୟ କହିଥିଲେ । ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା
ଜିଲ୍ଲାବାସୀଙ୍କ ମଧ୍ୟରେ ଅନେକ ଆଶା ଓ ସମ୍ଭାବନା ସୃଷ୍ଟି କରିଛି ।
