ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ରେ ଗୁରୁମନ୍ତ୍ର ଦେଲେ ଦିଲ୍ଲୀ ଆପ ନେତା ଦୀନେଶ କୁମାର।
ଗୋପାଳପୁର -ସ୍ଥାନୀୟ ଗୋପାଳପୁରସ୍ଥିତ ସେଣ୍ଟ ଭିନସେଣ୍ଟ ରିଟ୍ରେଟ ସେଣ୍ଟର ପରିସରରେ ଗୋପାଳପୁର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କେଜିରୱାଲ ଦଳ ର ସଦସ୍ୟ ଦୀନେଶ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଗୋପାଳପୁର ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ଯୁବସଭାପତି ନୀଳକଣ୍ଠ ରେଡ୍ଡୀ ଙ୍କ ଆୟୋଜିତ କାର୍ଯ୍ୟକ୍ରମ ରେ ଆଗାମୀ ଦିନରେ ବିଜେପି ସରକାର ର ବିଫଳତା କୁ ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ଲୋକ ମାନଙ୍କ ନିକଟରେ ପହଞ୍ଚାଇ ବା ସହ ଗ୍ରାଉଣ୍ଡ ସ୍ତରରେ କର୍ମୀ ମାନେ କିପରି କାର୍ଯ୍ୟ କରିବେ ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି ସହ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଭଳି ବିଭିନ୍ନ ପ୍ରସଙ୍ଗ କୁ ମୁର୍ଦା କରି ସରକାରଙ୍କୁ ଘେରିବ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ନାରାୟଣ ରଥ କହିଥିଲେ। ବିଜେପି ସରକାର ରେ ଯେଉଁ ଭଳି ଦରଦାମ ଆକାଶଛୁଆଁ ହୋଇ ବଢ଼ି ଚାଲିଛି ତାହା ଆଗାମୀ ଦିନରେ ଦିନ ମଜୁରିଆ ବଂଚିବା ମୁସ୍କିଲ ହୋଇଯିବ ବୋଲି ରାଜ୍ୟ ସଂଗଠନ ସଚିବ କଲ୍ୟାଣ ଆନନ୍ଦ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ଆମ ଆଦମୀ ପାର୍ଟି ର ଶହ ଶହ କାର୍ଯ୍ୟକର୍ତ୍ତା ଅଂଶ ଗ୍ରହଣ କରି ଦଳ ପାଇଁ ନିଷ୍ଠା ର କାର୍ଯ୍ୟ କରିବାପାଇଁ ଶପଥ ନେଇଥିଲେ।
