*ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରମ୍ଭା ଠାରେ ବିଶ୍ଵ ଯୋଗ ଦିବସ ପାଳିତ*
ରମ୍ଭା -୨୨/୦୬(ପ୍ରଫୁଲ୍ଲ କୁମାର ମହାରଣା) ଆମର ଅମୁଲ୍ୟ ଶରୀର ପାଇଁ ଯୋଗ ର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ। ଏଣୁ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ,ରମ୍ଭା ପରିସରରେ ସେବାବ୍ରତୀ , ପରିଚାଳନା ସମିତିର ସଦସ୍ୟ ବନ୍ଧୁ ,ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କ ଉପସ୍ଥିତିରେ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସ୍ଥାନୀୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଅମୂଲ୍ୟ କୁମାର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ବ୍ୟକ୍ତି ଯୋଗ, ଆସନ ଓ ପ୍ରାଣାୟାମ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ଏତତ୍ ଭିନ୍ନ ଅଂଚଳର ଅନ୍ୟ ପାଞ୍ଚଟି ଗ୍ରାମରେ ମଧ୍ୟ ସେବାବ୍ରତୀ ଓ ସ୍ୱୟଂ ସେବକ ମାନେ ପହଞ୍ଚି ଯୋଗ ଦିବସର ମହତ୍ତ୍ବ ବୁଝାଇବା ସହ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ କରିଥିଲେ । ସରସ୍ଵତୀ ଶିଶୁ ମନ୍ଦିର ର ଶିଶୁ ଏବଂ ଆଞ୍ଚଳିକ ଶିଶୁମାନେ ମଧ୍ୟ ସ୍ୱତନ୍ତ୍ର ଭାବେ ଏହି ଉତ୍ସବ ପାଳନ କରିଛନ୍ତି। ଶେଷରେ ସ୍ୱାସ୍ଥ୍ୟପ୍ରଦ ସ୍ଵଳ୍ପାହାର କରି କାର୍ଯ୍ୟକ୍ରମ ସାଙ୍ଗ କରାଯାଇଛି I
