ଧର୍ମଗଡ଼ ରେଡକ୍ରସ୍ ରକ୍ତ ଭଣ୍ଡାର ପରବର୍ତୀ ସମୟରେ ଏହା ଓଡ଼ିଶା ରକ୍ତ କେଂଦ୍ର ନାମରେ ନାମିତ ହେଲା ତାହା ବର୍ତ୍ତମାନ ରକ୍ତଦାନ ଓ ବିତରଣ ପାଈଁ ଭେଷଜ ନିୟନ୍ତ୍ରଣ ଵିଭାଗ ପକ୍ଷରୁ ବନ୍ଦ୍ କରି ଦିଆଯାଇଛି।
ଏହାକୁ ନେଇ ସମସ୍ତେ ପରସ୍ପର କୁ ଦୋଷାରୋପ ଓ ରାଜନୀତିକ ରୁଟି ସେକିବାରେ ବ୍ୟସ୍ତ।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଧର୍ମଗଡ ଉପଖଣ୍ଡ ଚିକତ୍ସାଳୟରେ ରକ୍ତଭଣ୍ଡାର ସ୍ଥାପନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣେ ରେଡକ୍ରସ୍ ଓ ରକ୍ତ ଭଣ୍ଡାର କମିଟି ର ବରିଷ୍ଟ ସଦସ୍ୟ ରୂପେ ମୁଁ ଜାଣିଥିବା ପ୍ରକୃତ ତଥ୍ୟ ଓ ସୂଚନା କୁ ଜନସାଧାରଣ ଙ୍କ ଅବଗତି ନିମନ୍ତେ ପ୍ରକାଶ କରିବାକୁ ଉଚିତ୍ ମନେ କରୁଛି।
୨୦୦୪ ମସିହାରେ ରକ୍ତ ଭଣ୍ଡାର ସ୍ଥାପିତ ହୋଇ ପ୍ରଥମ ଲାଇସନ୍ସପ୍ରାପ୍ତ ହୋଇ ଥିଲା। ଏହାପରେ ୫ ବର୍ଷ ରେ ଥରେ ୨୦୦୯, ୨୦୧୪ ଓ ୨୦୧୯ ରେ ଏହାର ନବୀକରଣ କରାଯାଇଥିଲା । ୨୦୨୪ ମସିହା ଜୁଲାଇ ମାସ ପୂର୍ବରୁ ଠିକଣା ସମୟରେ ଏହି ରକ୍ତ ଭଣ୍ଡାର ଲାଇସେନ୍ସ ନବୀକରଣ ପାଇଁ ଆବେଦନ କତୃପକ୍ଷ ନକରି ବେନିୟମ ଭାବରେ ଦୁଇ ବର୍ଷ ରକ୍ତ ଭଣ୍ଡାର କୁ ଚଳାଇ ରଖିଥିଲେ । ବିନା ଲାଇସେନ୍ସ ରେ ରୋଗୀ ଙ୍କ ଜୀବନ ସହ ଖେଳି ରକ୍ତ ସଂଗ୍ରହ ଓ ବିତରଣ ହେଉ ଥିବା ଜାଣି ଭେଷଜ ନିୟନ୍ତ୍ରଣ ଵିଭାଗ ଅଧିକାରୀ ଏହି କେନ୍ଦ୍ର ପରିଦର୍ଶନ କରି ଏହାକୁ ବନ୍ଦ୍ କରି ତୁରନ୍ତ ଲାଇସେନ୍ସ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ।
ଜୁଲାଇ ମାସ ୨୦୨୪ ରେ ଏହାର ନବୀକରଣ ପାଇଁ ଶେଷ ସମୟ ଥିଲାବେଳେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ର ଅଧୀକ୍ଷକ ଓ ତତ୍ କାଳୀନ ରକ୍ତ ଭଣ୍ଡାର ଅଧିକାରୀ ଧାର୍ଯ୍ୟ ଫିଜ୍ ଦାଖଲ କରି ନବୀକରଣ ପାଇଁ ଆଦୌ ଉଦ୍ୟମ କରିନଥିଲେ ଓ ଚୁପ୍ ଚାପ୍ ବସି ଯାଇଥିଲେ । ଏପରିକି ରକ୍ତ ଭଣ୍ଡାର ପାଇଁ ଥିବା ଷ୍ଟେଟ୍ ବ୍ଲଡ ଟ୍ରାନ୍ସଫୁଜନ୍ କାଉନସିଲ (ଏସ. ବି.ଟି.ସି.) ସୁପାରିଶ ମୁତାବକ ଗଠିତ ତଦାରଖ କମିଟି ର ସଦସ୍ୟ ମାନଙ୍କୁ ସୁଚନା ମଧ୍ୟ ଦିଆଯାଇ ନଥିଲା। କମିଟି ର ନିୟମିତ ବୈଠକ ମଧ୍ୟ ଆଜି ଯାଏ ଡକା ଯାଇ ନାହିଁ ।
ଦୀର୍ଘ ଅଢେଇ ବର୍ଷ ପର୍ଯ୍ୟନ୍ତ ରକ୍ତ ଭଣ୍ଡାର କମିଟି ଅଥବା ରୋଗୀ କଲ୍ୟାଣ ସମିତିର ସଦସ୍ୟ ମାନଙ୍କୁ ଏବାବଦରେ ସୁଚନା ନଦେଇ ଅନ୍ଧାରରେ ରଖାଯିବା କାରଣ କଣ ବର୍ତ୍ତମାନ ବୁଝା ପଡୁନାହିଁ।
ଭେଷଜ ନିୟନ୍ତ୍ରଣ ଵିଭାଗ ରକ୍ତ ଭଣ୍ଡାର ଲାଇସେନ୍ସ ସବୁଦିନ ପାଇଁ ବାତିଲ କରି ଦେଇଥିଲେ। ବିନା ଲାଇସନ୍ସପ୍ରାପ୍ତ ହୋଇ ଚାଲୁ ଥିବା ଜାଣି ରକ୍ତ ଭଣ୍ଡାର ଅଧିକାରୀ ଓ ଅଧୀକ୍ଷକ ଙ୍କୁ ତାଗିଦ୍ କରି ନୃତନ୍ ଲାଇସେନ୍ସ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଚ୍ଛିତ ଥିବା ରକ୍ତ ପ୍ୟାକେଟ୍ ପାଈଁ ସାମୟିକ ଭାବେ ବଲ୍ଡ ଷ୍ଟୋରେଜ ୟୁନିଟ୍ ପାଈଁ ଆବେଦନ କରିବା ପାଇଁ କହି ଅନୁମତି ଦେଇଥିଲେ।ଏହା ପରେ ଡାକ୍ତରଖାନା କତୃପକ୍ଷ ଙ୍କ ଚେତା ପଶିଥିଲା ଓ ଫେବୃଆରି ମାସରେ ଏଥି ପାଇଁ ଆବେଦନ କରିଥିଲେ। ତାହା ବର୍ତ୍ତମାନ ସୁଦ୍ଧା ମିଳି ନାହିଁ।
ରକ୍ରଭାଣ୍ଡରରେ ପ୍ରଶାସନିକ ଓ ଆର୍ଥିକ ଅନିୟମିତତା କୁ ଲୁଚାଇ ବାକୁ ଯାଇ ଜନସାଧାରଣଙ୍କ ଅର୍ଥରେ ନିର୍ମିତ ରକ୍ତଭଣ୍ଡାର କୁ ବନ୍ଦ କରି ଦେବା ପାଈଁ ଚକ୍ରାନ୍ତ ର ଦୋଷ କାହାର?
ଏଠାରେ ପ୍ରଶ୍ନ ଉଠୁଛି ଏ ସମସ୍ତ ବିଷୟ କୁ ସ୍ଥାନିୟ ବିଧାୟକ ଓ ବ୍ଲଡ ବ୍ୟାଙ୍କ ମୂଖ୍ୟ ସ୍ଥାନିୟ ଉପଜିଲ୍ଲାପାଳ ଙ୍କୁ ଜଣା ଗଲା ନାହିଁ କାହିଁକି ଓ ଅନ୍ଧାରରେ ରଖିବାର ଉଦ୍ଦେଶ୍ୟ ଉନ୍ମୋଚିତ ହେବାର ଅପେକ୍ଷା ରଖେ ? ବିନା ଅନୁମତିରେ ଓ ବିନା ଲାଇସେନ୍ସ ରେ ଗତ ଦୁଇ ବର୍ଷ ଧରି ଦିଆଯାଇଥିବା ରକ୍ତ ପ୍ୟାକେଟ୍ ରେ ଯଦି କିଛି ଅଘଟଣ ଘଟି ଥାନ୍ତା ଏଥିପାଇଁ କିଏ ଦାୟୀ ହୋଇ ଥାଆନ୍ତା। ଏଭଳି ଚରମ ଅବହେଳା କରିଥିବା ସମସ୍ତ ପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ର ଅପେକ୍ଷା ରଖେ ଯେଭଳି ଏହାର ପୁନରାବୃତ୍ତି ନହୁଏ।
ଡାକ୍ତରଖାନା ପରିସର ରେ ନିୟମିତ ରୋଗୀ କଲ୍ୟାଣ ସମିତିର ବୈଠକ ବସିଥିଲେ ମଧ୍ୟ ଏହି ପ୍ରସଙ୍ଗ ଆଲୋଚିତ ହେଲା ନାହିଁ। ଏଥି ପାଇଁ ଦାୟୀ କିଏ ଓ ବର୍ତ୍ତମାନ କିଛି ବିରୋଧୀ ପ୍ରକୃତ ସମସ୍ୟା ନ ଜାଣି ବିଧାୟକ ଙ୍କୁ ଆଙ୍ଗୁଠି ଦେଖାଇବା ର କାରଣ କଣ ବୁଝା ପଡୁ ନାହିଁ? ଲାଇସେନ୍ସ ପାଇଁ ଯଦି କିଛି ଅଭାବ ଅସୁବିଧା ଥିଲା ତାହା ବିଧାୟକ, ଉପଜିଲ୍ଲାପାଳ କିମ୍ୱା ଜିଲ୍ଲାପାଳ ଜାଣି ଥିଲେ ସମାଧାନ ହୋଈ ପାରି ଥାନ୍ତା।
ବର୍ତ୍ତମାନ ରକ୍ତ ଭଣ୍ଡାର ବନ୍ଦ୍ ହେବାର ଆଦୌ ପ୍ରଶ୍ନ ଉଠୁ ନାହିଁ । ନୂତନ ଲାଇସେନ୍ସ ପାଇଁ ଆବେଦନ କରାଯାଇଥିବାରୁ ଏହାର ତଦାରଖ କରିବା ପାଇଁ ଆଜି ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ଭେଷଜ ନିରୀକ୍ଷକ ମାନେ ଧର୍ମଗଡ ଆସୁଛନ୍ତି।
ଏବିଷୟରେ ସ୍ଥାନିୟ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଷି ଉଚ୍ଚ କତୃପକ୍ଷ ଙ୍କ ସହ ଆଲୋଚନା କରି ତୁରନ୍ତ ଏହାକୁ ଲାଇସେନ୍ସ ପ୍ରଦାନ କରି କାର୍ଯ୍ୟକ୍ଷମ କରିବାକୁ ଚିଠି ଲେଖିଛନ୍ତି।
ଯଦି ଅଧୀକ୍ଷକ ଓ ରକ୍ତଭଣ୍ଡାର ଅଧିକାରୀ ଦରକାରୀ ସମସ୍ତ କାଗଜପତ୍ର ଦେଇଥିବେ ରକ୍ତଭଣ୍ଡାର ପୁନଃ କାର୍ଯ୍ୟକ୍ଷମ ହେବାକୁ ବିଳମ୍ବ ହେବ ନାହିଁ।
@+91 70087 85156 @Sujeet Kumar Mp @+91 96501 92448
