ଯୋଗ ଦିବସ ପାଳିତ
ବସ୍ତା:- ୨୨।୬ (ନି.ପ୍ର)
ଦରଡା ବାବା ଆଖଣ୍ଡଳମଣି ଯୁବ ସେବା ସଂସଦରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବାବା ଆଖଣ୍ଡଳମଣି ଯୁବ ସେବା ସଂସଦ, ଦରଡ଼, ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହ ଯୋଗ ଦିବସ ପାଳନ କରାଯାଇଅଛି। ଏହି ଅବସରରେ ସଂସଦର ସମ୍ପାଦକ ଗଜେନ୍ଦ୍ର ନାଥ ପ୍ରଧାନ, ଉପସଭାପତି ଅରୁଣ କୁମାର ଦାସ, ରବୀନ୍ଦ୍ର ପରିଡ଼ା, ନୀଳାମ୍ବର ଭକ୍ତ, ଦର୍ଶନ ବେହେରା ଓ ବହୁ ଗ୍ରାମବାସୀ ଏକତ୍ରିତ ହୋଇ ବିଭିନ୍ନ ଯୋଗାସନ ଏବଂ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଉପସ୍ଥିତ ବକ୍ତାମାନେ ନିଜ ବକ୍ତବ୍ୟରେ ଯୋଗର ମହତ୍ତ୍ୱ, ସୁସ୍ଥ ଶରୀର ଓ ସୁସ୍ଥ ମନ ଗଠନରେ ଏହାର ଭୂମିକା ଏବଂ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ସମସ୍ତେ ନିୟମିତ ଯୋଗାଭ୍ୟାସ କରି ସୁସ୍ଥ, ସଚେତନ ଓ ନିରୋଗ ସମାଜ ଗଠନ ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।
