କୋଇଡା(ସଞ୍ଜୟ ବେହେରା) : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ମାଲଦା ପଞ୍ଚାୟତ କୋଳମଙ୍ଗ ଗ୍ରାମରୋ ସରକାରୀ ଯଜନାରୁ ବଞ୍ଚିତ ରିଙ୍କି ମୁଣ୍ଡା,କେନ୍ଦ୍ର ସରକାର ଆଉ ରାଜ୍ୟ ସରକାର ଙ୍କ ମାଳ ମାଳ ଯୋଜନା କିନ୍ତୁ ପ୍ରକୄତ ହିତାଧୂକାରୀ ଙ୍କ ପାଖକୁ ପହଁଞ୍ଚି ପାରୁନି, ରାସ୍ତାରେ ବାଟ ମାରନା ହୋଉଛି କି, ଯଦି ବାଟ ମାରନା ହେଉନି ତାହାହେଲେ ପ୍ରକୄତ ହିତାଧୂକାରୀ ଙ୍କ ପାଖକୁ କାହିଁକି ପହଁଞ୍ଚି ପାରୁନି, ସରକାର ଅଙ୍ଗନବାଡି ଦିଦି,ଆଶା ଦିଦି ପାଖ ରୁ ୫ବୋରଶ ପଚାଶ ଥର ସର୍ବେ କରାହେଉଛି, କିନ୍ତୁ କାହାର ନଜର ପଡୁ ନାହିଁ କେମିତି ରିଙ୍କି ମୁଣ୍ଡାଙ୍କ ଉପରେ ,ରିଙ୍କି ମୁଣ୍ଡା ଙ୍କର ବରୋ ମରିବାର ଦଶ ବରଶ ହୋଇଗଲାଣି ଆଜି ତକ୍ ବିଧବା ଭତ୍ତା, ରାସନ କାର୍ଡ, କିମ୍ବା ରହିବା ପାଇଁ ବାସ ଗୃହ ଟିଏ ବି ପାଇ ପାରିଲେ ନାହିଁ , ରିଙ୍କି ମୁଣ୍ଡା ଵର ମରିବା ପରେ ତାଙ୍କର ଛୋଟ ପୁଅକୁ ମୁଠାଏ ଖାଇବା ପାଇ ଦେବାର ଶକ୍ତି ମଧ୍ୟ ନାହିଁ ହୋଟେଲରେ ଅଇଁଠା ବାସନ ମାଜି ଦୁଇ ପଇସା ରୋଜଗାର କରନ୍ତି ସେହି ପଇସାରେ ରାସନ ଆଣିକି ମା ପୁଅ ଦିଇ ମୁଠା ଖାଇଥାଆନ୍ତି ଓ ଭଙ୍ଗା ଦଦରା ଘରେ ସୁଇପଡନ୍ତି କେତେବେଳେ ଝଡ଼ ବର୍ଷା ହେଲେ ଘରଟି ଉଡିଯିବ କେହିବି କହିପାରିବେ ନାହିଁ , ରିଙ୍କି ମୁଣ୍ଡାଙ୍କ ପାଖକୁ ସ୍ଥାନୀୟ ସରପଞ୍ଚ, ପିଇଓ, ବିଡ଼ିଓ, ପହଞ୍ଚିକରି ରିଙ୍କି ମୁଣ୍ଡାଙ୍କର କିଛି ସୁବିଧା କରନ୍ତୁ ବୋଲି ସ୍ଥାନୀୟ ଲକମାନେ ଅଭିଯୋଗ କରିଛନ୍ତି, ବିଡ଼ିଓ, ପିଇଓ, କିମ୍ବା ସ୍ଥାନୀୟ ସରପଞ୍ଚ ରିଙ୍କିମୁଣ୍ଡା ଙ୍କର ପାଖକୁ କେବେ ପହଁଞ୍ଚୁଛନ୍ତି ଦେଖୁବାକୁ ବାକି ରହିଲା !
