*ବିକାଶର ଧାରା, ଓଡ଼ିଶା ସାରା : ନୂଆପଡ଼ାରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ l*
ନୂଆପଡ଼ା(ମିଖାଏଲ ନନ୍ଦ),
ତା.୨୦/୦୬:
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା, ଓଡ଼ିଶା ସାରା’ ଜନସମ୍ପର୍କ କାର୍ଯ୍ୟକ୍ରମ ଅନ୍ତର୍ଗତ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ସମ୍ମିଳନୀ ସ୍ଥାନୀୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ବନଖଣ୍ଡ ଅଧିକାରୀ (ପ୍ରାନ୍ତୀୟ) ଅଜିଜ ଖାନ, ବନଖଣ୍ଡ ଅଧିକାରୀ (ବନ୍ୟପ୍ରାଣୀ) ସମୀର କୁମାର ସାହୁ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ଭୋଇ, ଭରତଲାଲ ରାଉତ, ମାଲ୍ୟବନ୍ତ ସୁନା, ଭାନୁପ୍ରତାପ ସିଂ ମାଝୀ, ଅବନୀ ରଞ୍ଜନ ଯୋଶୀ ଓ ଉମା ଠାକୁରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ପରିଚୟପତ୍ର, କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ ସଫଳତା ଓ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଉପରେ ମତ ପ୍ରକାଶ କରିଥିଲେ।ସଭାରେ ଜିଲ୍ଲାପାଳ କହିଥିଲେ ଯେ, “ବିକାଶ ଏକ ନିରନ୍ତର ଧାରା। ବିକାଶମୁଖୀ ମାନବୀୟ ଚିନ୍ତାଧାରା ଓ ପ୍ରଶାସନିକ ଦୃଷ୍ଟିଭଙ୍ଗୀ ଯେଉଁଠାରେ ଥାଏ, ସେଠାରେ ଅଗ୍ରଗତି ନିଶ୍ଚିତ ହୁଏ। ସମସ୍ତଙ୍କ ସହଭାଗିତା ଓ ସମନ୍ୱିତ ପ୍ରୟାସ ଦ୍ୱାରା ନୂଆପଡ଼ାକୁ ବିକାଶର ନୂତନ ଉଚ୍ଚତାକୁ ନିଆଯାଇପାରିବ।”
ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧରୁଆ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍ୱଚ୍ଛ ଭାରତ ଜିଲ୍ଲା ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
