ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ମୃତି ଚାରଣ l (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )ଢେଙ୍କାନାଳ ଜିଲ୍ଲା
ଗଁଦିଆବ୍ଲକ ତା ୨୦.୬.୨୦୨୬ ଗଁଦିଆ ବ୍ଳକ ର ଅନ୍ନପୁର ଗ୍ରାମ ର ବିଶିଷ୍ଟ ବ୍ୟବସାୟୀ ତଥା ସଂଗଠନ ସ୍ବର୍ଗତ ଶ୍ରୀକାନ୍ତ କୁମାର ସାହୁ ଙ୍କୁ ଏକାଦଶାହ ଅବସରରେ ଭବ୍ୟ ପରିବେଶ ରେ ସ୍ମୃତି ଚାରଣ ଗଁଦିଆ ସ୍ମୃତି ସଂସଦ ତରଫରୁ କରାଯାଇଛି।
ଗଁଦିଆ ସ୍ମୃତି ସଂସଦ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭା ରେ ସ୍ମୃତି ସଂସଦ ର ମୁଖ୍ୟ ଉପଦେଷ୍ଟା ଡଃ ସମୀର କୁମାର ସାହୁ, ଉପଦେଷ୍ଟା ଦଣ୍ଡଧର ସାହୁ , ଉପସଭାପତି ଡମ୍ବରୁଧର ସେଠୀ ସଂଯୋଜକ ଅଭିମନ୍ୟୁ ଦାସ ବରିଷ୍ଠ ସଭ୍ୟ ଶରତ ଚନ୍ଦ୍ର ନାୟକ, ଉମେଶ ଚନ୍ଦ୍ର ଧୀର, ପ୍ରମୋଦ କୁମାର ସାହୁ, ଉମେଶ ଚନ୍ଦ୍ର ସାହୁ ଙ୍କ ସହିତ ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ରତିକାନ୍ତ ସାହୁ, ପ୍ରାକ୍ତନ ସମିତି ସଭ୍ୟ ବିପିନ ବିହାରୀ ସିଂ, ସ୍ଥାନୀୟ ଥିଙ୍କରସ୍ ଫୋରମ ସଭାପତି ସୁବ୍ରତ କୁମାର ସାହୁ ,ଆଶୁ କବି ମଧୁସୂଦନ ବେହେରା,ବିଧାରପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅଜୟ କୁମାର ମହାନ୍ତି , ପ୍ରାକ୍ତନ ସରପଞ୍ଚ ସଞ୍ଜୟ କୁମାର ବାରିକ, ବିଶିଷ୍ଟ ଜଗନ୍ନାଥ ଉପାସକ ଚାରଣ ଦେବାଶିଷ ସାହୁ,ଚାରଣ ବୈକୁଣ୍ଠ ନାଥ ସାହୁ ଙ୍କ ସହିତ ସ୍ବର୍ଗତ ସାହୁ ଙ୍କ ବଡ ଭିଣୋଇ ସାନ ଭାଇ ପ୍ରକାଶ, ପ୍ରମୋଦ, ପ୍ରତାପ ଓ ବଡ଼ ଜ୍ବାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ସ୍ମୃତି ଚାରଣ କରିଥିଲେ। ଗଁଦିଆ ଗିରିଧାରୀ ଚାରଣ ଶାଖା ତରଫରୁ ସ୍ବର୍ଗତ ଶ୍ରୀକାନ୍ତ ଙ୍କ ପରିବାର ବର୍ଗଙ୍କୁ ସ୍ମୃତି ଫଳକ ଓ ଦକ୍ଷିଣପଶି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ତୈଳ ଚିତ୍ର ଉପହାର ଦିଆଯାଇଥିଲା। ସ୍ବର୍ଗତ ସାହୁ କନିଷ୍ଠ ଅନୁଜ ପ୍ରତାପ ଧନ୍ୟବାଦ ଅର୍ପଣ କରିଥିଲେ।
