ସ୍ବର୍ଗତ ଈଶ୍ୱର ଚନ୍ଦ୍ର ସାମଲ ଙ୍କୁ ସପ୍ତଦଶ ତମ ଶ୍ରଦ୍ଧାଞ୍ଜଳୀ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଢେଙ୍କାନାଳ। ଚା୧୯. ୬. ୨୦୨୬
ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଭାଗୃହ ରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ଓ ଈଶ୍ୱର ଚନ୍ଦ୍ର ସାମଲ ମେମୋରିଆଲ ଟ୍ରଷ୍ଟ ଢେଙ୍କାନାଳ ମିଳିତ ଆନୁକୁଲ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଏକ ଭାବ ବିହ୍ବଳ ପରିବେଶ ରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଜୁନ୍ ମାସ ୧୯ ତାରିଖ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ସ୍ବତନ୍ତ୍ର ବିଚାରପତି ସିବିଆଇ ତଥା ବିଶିଷ୍ଟ ସାହିତ୍ୟିକ ଭିକାରୀ ଚରଣ ରାଉତ ଈଶ୍ୱର ଚନ୍ଦ୍ର ସାମଲ ଏକ ଅନୁଷ୍ଠାନ ବୋଲି ମତବ୍ୟକ୍ତ କରି ଓଡ଼ିଆ ସଂସ୍କୃତି ଓଡ଼ିଆ ଶବ୍ଦକୋଷ ର ଅଭିବୃଦ୍ଧି ପାଇଁ ତାଙ୍କ ର ଲେଖାକୃତି ଚିର ସ୍ମରଣୀୟ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ। ଈଶ୍ୱର ଚନ୍ଦ୍ର ସାମଲ ମେମୋରିଆଲ ଟ୍ରଷ୍ଟ ର ସଭାପତି ସଂଗ୍ରାମ କେଶରୀ ଶତପଥୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଗଁଦିଆ ବ୍ଳକ ଶିକ୍ଷା କାର୍ଯ୍ୟକ୍ରମ ରେ ସ୍ବର୍ଗତ ଈଶ୍ୱର ଚନ୍ଦ୍ର ସାମଲ ଙ୍କ ବହୁ ମୂଖି ଦିଗ ଉପରେ ଆଲୋକପାତ କରି ଢେଙ୍କାନାଳ ଜିଲ୍ଲାର ସାହିତ୍ୟ ଆକାଶର ଧୃବତାରା ରୂପେ ସ୍ବର୍ଗତ ସାମଲ ସମସ୍ତ ଙ୍କ ର ଆପଣାଇ ବୋଲି ମତବ୍ୟକ୍ତ କରିଥିଲେ
ବିଶିଷ୍ଟ ଅତିଥି ଭାବେ ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ବିଜୟ କୁମାର ସାମନ୍ତ ସ୍ବର୍ଗତ ଈଶ୍ୱର ଚନ୍ଦ୍ର ସାମଲ ଙ୍କ ବହୁମୂଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ର ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ ସ୍ବର୍ଗତ ସାମଲ ଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋଚନା କରିଥିଲେ। କବୟିତ୍ରୀ ଉପମା ସାମଲ, ମନୋଜ ମଞ୍ଜରୀ ଦାସ, କବି ବିଦ୍ୟାଧର ବାରିକ ସ୍ବ ରଚିତ କବିତା ପାଠ କରିଥିଲେ। ନିରଞ୍ଜନ ଧୀର ଙ୍କ ସମେତ ଶତାଧିକ କବି ଓ କବୟିତ୍ରୀ ଯୋଗଦେଇଥିଲେ l
