ସଂସଦ ସେଣ୍ଟ୍ରାଲ ହଲ୍ ରେ କଳାହାଣ୍ଡି ଛାତ୍ରୀ ଝାନସୀ ଙ୍କ କମାଲ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା,୧୯/୦୬: ମା ମାଣିକେଶ୍ଵରୀ ବିଶ୍ୱ ବିଦ୍ୟାଳୟର ସମାଜ ବିଜ୍ଞାନର ଛାତ୍ରୀ ଝାନସୀ ରାଣୀ ମିଶ୍ର ଜୁନ୍ ୧୫ ରୁ ୧୭ ଯାଏଁ ସଂସଦର ସେଣ୍ଟ୍ରାଲ ହଲ୍ ରେ ଆୟୋଜିତ ବିକଶିତ ଭାରତ ୟୁଥ୍ ପାର୍ଲ୍ୟାମେଣ୍ଟ କାର୍ଯ୍ୟକ୍ରମରେ ‘ ନାରୀ ସଶକ୍ତିକରଣ ‘ ସଂକ୍ରାନ୍ତରେ ବକ୍ତୃତା ଉପସ୍ଥାପନ କରି ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେବା ସହ କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଝାନସୀ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ନିଜ ବକ୍ତବ୍ୟ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି। ସେ ନର୍ଲା ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପିକା ପୁଷ୍ପଲତା କରଙ୍କ ଝିଅ ଏବଂ ସମାଜସେବୀ ତଥା ରାଜନୀତିଜ୍ଞ ସ୍ବର୍ଗତ ଦୁର୍ଗା ଶଙ୍କର କରଙ୍କ ନାତୁଣୀ। ଏହି ସଫଳତା ପାଇଁ ବ୍ରାହ୍ମଣ ସମାଜ କଳାହାଣ୍ଡି ସମେତ ଜିଲ୍ଲାର ବୁଦ୍ଧିଜୀବି ମହଲରୁ ଝାନସୀଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।
