ଖସିଗଲେ ଏଟିଏମ୍ ଲୋଟେରା: ଚୋରଙ୍କୁ ଧରିବାରେ ବିଫଳ ସୋର ପୋଲିସ ର ୩ଟି ଟିମ୍
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ସୋର ଥାନା ବାଗୁଡ଼ି ବଜାର ନିକଟ ଯୋଡମ୍ବ ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ଗତକାଲି ବିଳମ୍ବିତ ରାତିରେ ଚୋରି ଉଦ୍ୟମ ବିଫଳ ହୋଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଏଟିଏମର ସଟରକୁ ଗ୍ୟାସ କଟରରେ କାଟି ଚୋରି ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଜାଣି ପାରି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ଚୋର ମାନେ ଗ୍ୟାସ କଟର ଛାଡି ଏକ ସ୍କର୍ପିଓରେ ଚମ୍ପଟ ମାରିଥିଲେ। ସୋର ପୁଲିସର ତିନୋଟି ଟିମ ଉକ୍ତ ଗାଡିକୁ ପିଛା କରିଥିଲେ ମଧ୍ୟ ଚୋରଙ୍କୁ କାବୁ କରି ପାରି ନ ଥିଲେ।ତେବେ ପୁଲିସର ତୁରିତ କାର୍ଯ୍ୟାନୁଷ୍ଠାନ ପାଇଁ ଏଟିଏମଟି ଚୋରି ହେବାରୁ ବର୍ତ୍ତି ଯାଇଥିଲା। ତେବେ ପୁଲିସ ଉକ୍ତ ଘଟଣାକୁ ଗୁରୁତ୍ତର ସହ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି।
