*ନୂଆପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ନ୍ୟାସନାଲ କଲେଜ ଅଡିଟୋରିୟମ୍ ଠାରେ “ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ସମାବେଶ” କାର୍ଯ୍ୟକ୍ରମ ଉଦ୍ଘାଟିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୭.୦୬.
ନୂଆପଡ଼ା ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ନ୍ୟାସନାଲ କଲେଜ ଅଡିଟୋରିୟମ୍ ଠାରେ “ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ସମାବେଶ” କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ରୂପେ ଜୟ ଢୋଲକିଆ ଯୋଡ ଦେଇ ଯୁବପିଢୀଙ୍କ ପାଇଁ ସୁଯୋଗ ଅନେକ ଥିବା ବେଳେ ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ଆହ୍ୱାନ କରିଥିଲେ। ନରେନ୍ଦ୍ର ମୋଦୀଙ୍କ ୧୨ ବର୍ଷ ର ଶାସନ କାଳରେ ଯୁବ ଉଦ୍ୟୋଗୀମାନେ ସ୍ୱାବଲମ୍ବୀ ହେବା ପାଇଁ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିପାରିଛନ୍ତି। ତେଣୁ “ସ୍ୱାବଲମ୍ବୀ ଯୁବା – ସମୃଦ୍ଧ ସମାବେଶ” କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି। ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଅଛି।ଏହି କାର୍ଯ୍ୟକ୍ରମଟି ଓଡ଼ିଶା ସରକାରଙ୍କ ଏମ୍ ଏସ ଏମ ଇ ବିଭାଗ ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଉଦ୍ୟମରେ ଆୟୋଜିତ ରାଜ୍ୟବ୍ୟାପୀ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମର ଏକ ଅଂଶ। ବୋଲି ମତବ୍ୟକ୍ତ କରିଥିଲେ।ଏକ ମେଳା ଅନୁଷ୍ଠିତ ହୋଇଥିବା ବେଳେ ଯୁବ ପିଢ଼ି ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ନାନୋ ୟୁନିକନ ଯୋଜନା ଯୋଜନାରେ ରାଜ୍ୟ ସରକାର ପକ୍ଷ ରୁ ଏକ ଲକ୍ଷ ଚେକ୍ ପ୍ରଦାନ କରି ପ୍ରଥମ ଷ୍ଟାଟ ଅଫ୍ ସୁଯୋଗ ଦେଇଛନ୍ତି।
