ପୋର୍ଟାଲ ନିଯୁଜ
ତାରିଖ: ୧୭/୦୬/୨୦୨୬
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଅନନ୍ତ କେ,ସି,ସି,ଏଲ କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶ ଅଞ୍ଚଳର ଦ୍ରୁଗା ପ୍ରସାଦ ଶୁକ୍ଳା ଡ଼ିଉଟି ସମୟରେ ହଠାତ୍ ଛାତିର ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ପବିତ୍ର ମୋହନ ପ୍ରଧାନ ମେଡିକାଲକୁ ଆଣିବା ପରେ ସେଠାରେ ମୃତ୍ୟୁ ଘଟିଥିଲା । ଏହି ଖବର ପାଇବା ମାତ୍ରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ (ବାପୁ ଭାଇ) ମେଡ଼ିକାଲରେ ପହଞ୍ଚି ମର ଶରୀରର ଶେଷ ଦର୍ଶନ କରିବା ସହ ଏମ,ସି, ଏଲ, କ୍ଷେତ୍ରର ମହାପ୍ରବନ୍ଧକଙ୍କ ସହ ମୃତକ ପରିବାରକୁ କ୍ଷତି ପୂରଣ ନିମନ୍ତେ ଆଲୋଚନା କରିବା ସହ ତାଙ୍କୁ ମଧ୍ୟ ପ୍ରଦେଶ ଅଞଚଳକୁ କେମିତି ପଠାଯିବ ସେ ସମ୍ପର୍କରେ ସମସ୍ତ ପ୍ରକାର ସୁବିଧା କରାଇଥିଲେ ।ଏହି ଅବସରରେ ଯୁବ ଜନତା ରାଜେଶ ଦାସ ଠିକା କର୍ମଚାରି ସଂଘର ବାଭୃବାହ ପ୍ରଧାନ ଉପସ୍ଥିତ ଥିଲେ
ତାଳଚେରରୁ କୃତ୍ତିବାସ ନୟକ ଙ୍କ ରିପୋର୍ଟ ଭଞ୍ଜଦୂତ ନିୟୁଜ
