ବର୍ଷା ହେଲେ ବାଇପାସ୍ ରାସ୍ତା ସମୁଦ୍ର ଭଳି ରୁପ ନେଉଛି ଖବର ପ୍ରସାରଣ ପରେ ବି କୌଣସି ସୁଫଳ ମିଳୁନାହିଁ
ତାଳଚେର:୧୭/୬(ନିପ୍ର) ତାଳଚେର ସହରରେ ବର୍ଷା ହେବା ଫଳରେ ଛକ ବଜାର, ମାର୍କେଟ, ରାସ୍ତାଘାଟ ଗୁଡ଼ିକ ଜନଶୂନ୍ୟ ହୋଇପଡିଥିବା ଦେଖିବାକୁ ମିଳିଥିଲା। ଆଜି ୩ ଘଟିକା ସମୟରେ କଳାବାଦଲ ଢ଼ାଙ୍କି ଦେଇ ଅସରାଏ ବର୍ଷା ହୋଇଥିଲା। ତାଳଚେର ବାଇପାସ୍ ରାସ୍ତା ର ଉଭୟ ପାଶ୍ୱର୍ରେ ବର୍ଷାଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଥିଲା। ଗଣେଶ ପୂଜା ବେଳକୁ ଲଗାଣ ବର୍ଷା ଜନିତ ସହରର ମୂଖ୍ୟ ରାସ୍ତା ଉପରେ ପାଣିର ସୁଅ ଛୁଟିଥିବା ମଧ୍ୟ ଦେଖାଯାଇଥିଲା। ବାଇପାସ୍ ରାସ୍ତା ର ଉଭୟ ପାଶ୍ୱର୍ରେ ରେ ବର୍ଷାପାଣି ସହିତ ଡ୍ରେନ୍ ଜାମ୍ ହେବା ଫଳରେ ଅସନା ପାଣି ରାସ୍ତା ଉପରେ ଲହଡ଼ି ମାରୁଥିବାରୁ ପଥଚାରୀ ,ବାଟଇ,ଦାଣ୍ତଇ , ବାଇକ୍, ସାଇକେଲ ପାଣି ଭିତରେ ଗଲାବେଳେ ଅସନା ପାଣି ଦେହକୁ ଛିଟିକା ମାରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ପାଣି କାଦୁଅରୁ ପୋଷାକକୁ ସୁରକ୍ଷା ଦେବା ନେଇ ପଥଚାରୀମାନେ ଗୋଡ଼ ଟେକି ଟେକି ଯାଉଥିବା ଦୃଶ୍ୟ ମଧ୍ୟ ପରିଲକ୍ଷିତ ହୋଇଛି। ବାଇପାସ୍ ଟ୍ରାଫିକ ଛକ ରାସ୍ତା ଓ ନିକଟରେ ରହିଥିବା ୟୋକବ୍ୟାଙ୍କ ସମ୍ମୁଖ ରାସ୍ତା ହାଲୁକା ବର୍ଷା ହେଲେ କୁତ୍ରିମହ୍ରଦ ସୃଷ୍ଟି ହେଉଛି। ସେଠାରେ ରହିଥିବା ଅଞ୍ଚଳବାସୀ, ପଥଚାରୀ ଓ ନିକଟସ୍ଥ ମାର୍କେଟ ବ୍ୟବସାୟୀମାନେ ବର୍ଷାଜଳ ନିଷ୍କାସନ ପାଇଁ ପ୍ରାୟ ସମୟରେ ଅଭିଯୋଗ କରୁଛନ୍ତି। ତେବେ ପୌର ପରିଷଦ ପକ୍ଷରୁ ମୋଟା ଅଙ୍କର ଟାସ୍କ ନେଇ ଚାଲିଥିଲେ ମଧ୍ୟ ଏବାବଦରେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ଦୃଭାଗ୍ୟର ବିଷୟ ହେଇଛି। ତେବେ ପରିମଳ ପାଇଁ ଲକ୍ଷ୍ୟ ଦିକ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହି ଟଙ୍କା କିଛି ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ବାଟବଣା ହେଉଥିବା ଅଭିଯୋଗ ହୋଇଛି। ଏଠି ଲୋକ ପ୍ରତିନିଧି ନା ପ୍ରଶାସନ କେହି ହେଲେ ସାମାନ୍ୟତମ ଦୃଷ୍ଟି ଦେଉନଥିବା ତାଳଚେର ପାଇଁ ଏକ ଅଭିଶପ୍ତ ପାଲିଟିଛି ବୋଲି ବୃଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି। ତେଣୁ ତୁରନ୍ତ ପ୍ରସାଶନ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବୀ ହେଉଛି।
