ଘୁମୁସର ଲେଖିକା ସଂସଦ ଦ୍ୱାରା ରଜ ଉତ୍ସବ ବାଉଁଶଲୁଣ୍ଡି ପଞ୍ଚୟତ ଅଫିସ ଠାରେ ପାଳିତ।
ଭଞ୍ଜନଗର -୧୬/୦୬ (ପ୍ରଫୁଲ୍ଲ କୁମାର ମହାରଣା ) ଓଡ଼ିଶାର ଗଣପର୍ବ ରଜ, ଘୁମୁସର ଲେଖିକା ସଂସଦ ରଜ ଉତ୍ସବ- ୨୦୨୬ ପାଳନ କରିଅଛି ସ୍ଥାନୀୟ ବାଉଁଶଲୁଣ୍ଡି ପଞ୍ଚାୟତ ଅଫିସ୍ ଠାରେ । ଅନୁଷ୍ଠାନର ସଭାନେତ୍ରୀ ଇ. ମାହେଶ୍ୱରୀ ଦୋରାଙ୍କ ସଭାପତିତ୍ବରେ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାଉଁଶଲୁଣ୍ଡି ପଞ୍ଚାୟତର ସରପଞ୍ଚ
ଶ୍ରୀଯୁକ୍ତ ଉଦ୍ଧବ ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ଉତ୍ସବରେ ଶ୍ରୀମତୀ ଭାରତୀ କୁମାରୀ ମିଶ୍ର ସରପଞ୍ଚ ପ୍ରତିନିଧି, ବାଉଁଶଲୁଣ୍ଡି ଗ୍ରାମ ପଞ୍ଚାୟତ ଉଦଘାଟକ, ମୁଖ୍ୟ ଅତିଥି ଶ୍ରୀମତୀ ଶୈଳବାଳା ବିଷୋୟୀ ଜିଲ୍ଲା ପରିଷଦ ସଭ୍ୟା, ମୁଖ୍ୟବକ୍ତା ଶ୍ରୀମତୀ ରେଶ୍ମା କୁମାରୀ ନାୟକ ସରପଞ୍ଚ, ବଡକୋଦଣ୍ଡା ଗ୍ରାମ ପଞ୍ଚାୟତ, ସମ୍ମାନୀତ ଅତିଥି ଶ୍ରୀମତୀ ଝରଣା ଜେନା ,ବାହାଡା ପଦର ଯୋଗ ଦେଇଥିଲେ। ସଂପାଦିକା ଡ଼ଃ ନଳିନୀପ୍ରଭା ଦାସ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟ ପରିଚାଳନା କରିଥିଲେ ।ରଜନୀ ସେଠି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସାଂଗଠନିକ ସଂପାଦିକା ଡା ଗାୟତ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସୁଜାତା ସିଂହ ମଞ୍ଚ ପରିଚାଳନା କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଏହି ରଜ ଉତ୍ସବ ଅବସରରେ ମହିଳାଙ୍କ ମଧ୍ୟରେ ପିଠା ପ୍ରତିଯୋଗିତା ଏବଂ କୁମାରୀ ଝିଅଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୁଇଜ୍ କାର୍ଯ୍ୟକ୍ରମକୁ ଶୁଭସ୍ମିତା ଦାଶ ପରିଚାଳନା କରିଥିଲେ।ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଗଲା ।ପ୍ରାୟ କୋଡିଏ ମହିଳା ଏବଂ ତିରିଶିରୁ ଉର୍ଦ୍ଧ୍ବ ଝିଅ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ ସମସ୍ତେ ରଜଦୋଳି ଖେଳର ଏବଂ ରଜ ପାନର ମଜା ନେଇଥିଲେ । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷା ଗୀତାଶ୍ରୀ ସାମନ୍ତ, ଗିରିଜା ନନ୍ଦିନୀ ଦାସ, ଶ୍ରୀୟାଶ୍ରୀ ପଟ୍ଟନାୟକ ଆଦି ଯୋଗ ଦେଇଥିଲେ।ବାଉଁଶଲୁଣ୍ଡିର ଶ୍ରୀଯୁକ୍ତ ଭଞ୍ଜ କିଶୋର ପ୍ରଧାନ ସହଯୋଗ କରିଥିଲେ ।ପରିଶେଷରେ ସ୍ନେହଲତା ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।
