*ନୂଆପଡ଼ା ଜିଲ୍ଲା ରେ ଚାଷୀ ଆନ୍ଦୋଲନ, ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଓ କୃଷକ ପ୍ରତିନିଧି ଦଳ ଆଲୋଚନା, ଆନ୍ଦୋଲନ ପ୍ରତ୍ୟାହୃତ*
ନୂଆପଡା(ମିଖାଏଲ ନନ୍ଦ)
ତା :୧୬.୦୬.
ନୂଆପଡ଼ା ଜିଲ୍ଲାରେ ଧାନ ମଣ୍ଡି ରୁ ରବି ଧାନ ଉଠାନ ନେଇ ଚାଷୀ ମାନେ ରାଜ ରାସ୍ତା କୁ ଓହ୍ଲାଇଛନ୍ତି। ଚାଷୀଙ୍କ ଆନ୍ଦୋଲନ ନେଇ ବେଲଟୁକରି ଗ୍ରାମର ୧୦ ଜଣିଆ ପ୍ରତିନିଧି ଦଳ ଆସି ଓଡ଼ିଶା ପଞ୍ଚାୟତରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ବେଳେ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଆଲୋଚନା ବେଲେ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିଲୋଚନ ମାଝୀ, ତହସିଲଦାର ପ୍ରମୁଖ ଯୋଗ ଦେଇଥିଲେ। ବେଲେଟୁକରି ମଣ୍ଡିରେ ନୂଆପଡ଼ା ଅତିରିକ୍ତ ତହସିଲଦାର ଦିଲୀପ ପାତ୍ର ଙ୍କୁ ଦାୟିତ୍ୱ ପ୍ରଦାନ ଧାନ ଆସିବା ସହ ଧାନ ଉଠାନ ନେଇ ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।ଜିଲ୍ଲାର ନୂଆପଡ଼ା ବ୍ଲକ୍ ପାଇଁ ଉପଜିଲ୍ଲାପାଳ ଶୂର୍ମି ସୋରେନ ଏବଂ ଖଡ଼ିଆଳ ବୋଡ଼େନ ସିନାପାଲି ବ୍ଲକ୍ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଦାୟିତ୍ୱ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି। ରବି ଧାନ ଉଠିବା ସହ ଗୋଟିଏ ଟୋକନ ଲେପସ ହେବ ନାହିଁ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନା ବେଳେ ଅଜିତ୍ କିଶୋର ଚାଲାନ ଖଡ଼ିଆଳ ମଣ୍ଡି ଉପରେ ଗୁରୁତ୍ଵ ଦେଇଥିଲେ।
