କୁସୁମଯୋଡ଼ି ରଜ ମହୋତ୍ସବ ଉଦଘାଟିତ।
ବିଷ୍ଣୁ ପ୍ରସାଦ ସେଠୀ (ଭଂଜଦୂତ ଖବର )!
15/06/2026
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମଯୋଡ଼ି ଗ୍ରାମ ରେ ରଜ ମହୋତ୍ସବ କମିଟି ସଭାପତି ଦୀପ୍ତି ରଞ୍ଜନ ସାମନ୍ତକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅଷ୍ଟମ ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ପରଜଙ୍ଗ ବିଧାୟକ ମାନ୍ୟବର ଶ୍ରୀ ଯୁକ୍ତ ବିଭୁତି ଭୂଷଣ ପ୍ରଧାନ ମୋହଦ୍ୟୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲା ସଭାପତି ରାସବିହାରୀ ବେହେରା କୁସୁମଯୋଡ଼ି ଗ୍ରାମସଭାର ସଭାପତି ବିଜୟ କୁମାର ସାହୁ, ଜିଲ୍ଲା ଉପ ସଭାପତି କେତନ ସାହୁ, ବୁଦ୍ଧିଜିବି ପ୍ରମୋଦ ପ୍ରସାଦ ନନ୍ଦ, ବିଜେପି ଯୁବ ମୋର୍ଚ୍ଚା ସଭାପତି ସଂଜୀବ କୁମାର ପଣ୍ଡା, ଜିଲ୍ଲା ସମ୍ପଦ ଅଞ୍ଜନ ପାଣି ଉପସ୍ଥିତ ଥିଲେ । ସଂଯୋଜକ ଦୀପ୍ତି ରଞ୍ଜନ ସାମନ୍ତ ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ସମ୍ପାଦକ ଚିନ୍ମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ତିନି ଦିନବ୍ୟାପୀ ବିଭିନ୍ନ କାର୍ଯୟକ୍ରମମାନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ଉପଦେଷ୍ଟା ରାଜା ସାହୁ,ଖାଦ୍ୟ ଷ୍ଟଲ୍ , ଆମ୍ବଗଛ ଗୁଡିକରେ ବିଭିନ୍ନ ଜୀବନ୍ତ ଚିତ୍ର ଓ ବିଭିନ୍ନ ଦୋଳି ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରୁଛି । ବିଭିନ୍ନ ପ୍ରକାର ଖେଳ କାର୍ଯ୍ୟକ୍ରମକୁ ଶେଷଦେବ ସେଠି ଓ ସହଯୋଗୀ ମାନେ ପରିଚାଲନା କରିଥିଲେ । ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭ୍ୟ , ମୁକେଶ, ଚଗଲା, ବଗଲା, ଚିନ୍ମୟ,ରାଜା,ରାଜୁ, ଅନନ୍ତ, ଅନାଦି, ଲାଲୁ, ତାପସ ବାବା , ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଚିନ୍ମୟ, ଶେଷଦେବ ଓ ରାଜା ସଂଯୋଜନା କରିଥିଲେ ।
