ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ (UPMS), କେସିଙ୍ଗାର କାର୍ଯ୍ୟକାରିଣୀ
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ (UPMS), କେସିଙ୍ଗାର କାର୍ଯ୍ୟକାରିଣୀ ବୈଠକରେ UPMSର ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ରୀ ସୁଭାଷ ଚନ୍ଦ୍ର ଅଗ୍ରୱାଲଙ୍କୁ ସମ୍ମାନିvତ କରାଯାଇଥିଲା।
ବୈଠକରେ UPMS କାର୍ଯ୍ୟାଳୟର ପ୍ରଥମ ମହଲା (First Floor) ଉଦ୍ଘାଟନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହା ସହିତ ଆସନ୍ତା ୨୧ ଜୁନରେ ଜୁନାଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂଖ୍ୟାରେ ଉପସ୍ଥିତ ରହିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହା ବ୍ୟତୀତ, କାର୍ଯ୍ୟକାରିଣୀର ଅନ୍ୟାନ୍ୟ ସଦସ୍ୟମାନଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଓ ସୁପରିଶଗୁଡ଼ିକ ଉପରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା।
