ବିଶ୍ୱ ଶିଶୁ ଶ୍ରମ ନିରାକରଣ ଦିବସରେ ସଚେତନତା ରଥ
ବିଶ୍ୱ ଶିଶୁ ଶ୍ରମ ନିରାକରଣ ଦିବସ ଅବସରରେ ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ଉଛେଦ ସହ ଏହି ଆଇନଗତ ବ୍ୟବସ୍ଥା ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଉଦେଶ୍ୟରେ ଶୁକ୍ରବାର ବାଲେଶ୍ବର ଜିଲ୍ଲା ପ୍ରଶାସନ ଓ ବିଏଡିସି/ଯେଆରସି ମିଳିତ ଅନୁକୁଲ୍ୟରେ ଜ଼ିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି. ଏହି ପରିପ୍ରେକ୍ଷୀରେ ଜ଼ିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା “ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା” ର ଉଦଘାଟନ ହେଇଯାଇଛି. ଜ଼ିଲ୍ଲା ଶ୍ରମ ଅଧିକାରୀ ସଞ୍ଜୟ କେଶରୀ ପ୍ରଧାନ, ବିଏଡିସି ର ସମ୍ପାଦକ ଗୋପାଳ କୃଷ୍ଣ କର, ଅତିରିକ୍ତ ଶ୍ରମ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ, ବାସୁଦେବ ପଣ୍ଡା, ସାହେବଙ୍ଗୀ ହେମବ୍ରମ ପ୍ରମୁଖ ଉପସ୍ଥିତ ଥିଲେ. ଶିଶୁ ଶ୍ରମିକ ନିଷେଧ ଆଇନ ଓ ଶୃଙ୍ଖଳା ସମ୍ବଧିତ ଗୁରୁତ୍ୱପୂର୍ଣବାର୍ତ୍ତା ପ୍ରଦାନ କରାଯାଇଥିଲା. ଏହି ସଚେତନତା ଶୋଭାଯାତ୍ରା ସକାଳେ ବାଲେଶ୍ୱର ପ୍ରଭାଗୀୟ ଆୟୁକ୍ତ ଓ ଶ୍ରମିକ ଖେତିପୂରଣ ଆୟୁକ୍ତ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମ କରିଥିଲା. ଶିଶୁଙ୍କ ଅଧିକାର ଶିକ୍ଷା ଶ୍ରମ ନୁହେ ” ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଂକଳ୍ପ ” ଏ ନେଇ ସଚେତନତା କରାଯାଇଅଛି.
