**ସରିଲାନି ଚାଷୀର ଦୁର୍ଦ୍ଦଶା: ଟୋକନ ପରେ ଏବେ ମିଲର୍ସଙ୍କ ଉଠାନକୁ ଚାହିଁଛି ଚାଷୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୬.
ନୂଆପଡ଼ା ଜିଲ୍ଲା ରେ ରବି ଧାନ କ୍ରୟ ବିକ୍ରି ନେଇ ଅନେକ ସମସ୍ୟା ସୃଷ୍ଟି ହେଉଅଛି। କିନ୍ତୁ ବର୍ଷା ଜୁନ ମାସରେ କାମ ଥିବା ବେଳେ ମଣ୍ଡିରେ ଧାନ ଉଠିବା ନେଇ ଏକ ନୂଆଁ ସମସ୍ୟା ସୃଷ୍ଟି ହେଉଅଛି। ଖୋଲା ଆକାଶ ରେ ଧାନ, ମଣ୍ଡିରେ ତାର୍ପୋଲିନ ଦେଇ ଚାଷୀ ଅପେକ୍ଷା, କେବେ ଟୋକନ ତ, କେବେ ମାକ୍ସ, ବର୍ତ୍ତମାନ ମିଲର୍ସ ଙ୍କ ଉଠାନ ଉପରେ ଧାନ କ୍ରୟ ବିକ୍ରୟ ନିର୍ଭରଶୀଳ ଖଡ଼ିଆଳ ମଣ୍ଡିରେ ହଜାର ହଜାର ବେଗ ଧାନ ଖୋଲା ଆକାଶ ରେ ରହିଅଛି। ମଣ୍ଡି କତୃପକ୍ଷ ଧାନ ଆଣିବାକୁ ମନା କରିଥିବା ବେଳେ ମଧ୍ୟ ବିଳମ୍ବ ନେଇ ଚାଷୀ ଧର୍ଯ୍ୟ ହାରା, ଶୀଘ୍ର ଧାନ ଉଠିବା ନେଇ ନିଜ ଜିମା ରେ ମଣ୍ଡିରେ ତାର୍ପୋଲିନ ଦେଇ ଚାଷୀ ଅପେକ୍ଷା କରିଛନ୍ତି। କେବେ ଟୋକନ, ତ କେବେ ମାକ୍ସ, ବର୍ତ୍ତମାନ ମିଲର୍ସ ଙ୍କ ଉଠାନ ପାଇଁ ଟ୍ରକ ପଠାଇବା ଉପରେ ଧାନ କ୍ରୟ ବିକ୍ରୟ ନିର୍ଭରଶୀଳ। ମିଲର୍ସ ଏଜେଣ୍ଟ ଉପସ୍ଥିତି ରେ ଧାନ ମାନ ନିରୂପଣ ହେଉଅଛି। ଆଜି ଖଡ଼ିଆଳ ମଣ୍ଡିରେ ଗୋଟିଏ ଗାଡ଼ି ଆସିଥିବା ବେଳେ ଧାନ ଉଠିବା ନେଇ ଅନେକ ଅଭିଯୋଗ ବାଦ୍ ବିବାଦ ପରେ ଧାନ ଉଠିବା ନିଷ୍ପତ୍ତି ହୋଇଛି। ଡ଼ିଆଳ ତହସିଲଦାର ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସମସ୍ୟା ଅନୁଧ୍ୟାନ କରିଥିଲେ।
