କୁଳିଅଣା ବ୍ଲକରେ ବାର୍ଷିକ ମୁଣ୍ଡାରୀ ପରୀକ୍ଷା ଅନୁଷ୍ଠିତ।
ଅଦ୍ୟ ତା ୧୩/୦୬/୨୦୨୬ ରିଖ ଶନିବାର ଦିନ ମୁଣ୍ଡାରୀ ଭାଷା ସମନ୍ଵୟ ସମିତି ଆନୁକୁଲ୍ୟରେ ମୁଣ୍ଡାରୀ ବିଦ୍ୟାଳୟ ମାନଙ୍କରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଅଛି। କୁଳିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆ ଗ୍ରା.ପ. ଅଧିନସ୍ଥ ଅଲ୍ ଗୁରୁ ପଣ୍ଡିତ ରଇଦାସ ସିଂ ନାଗ ଜନମ୍ ହାସା ମୁଣ୍ଡାରୀ ବିଦ୍ୟାଳୟ, ଚାନ୍ଦୁଆରୁ ୫୦ ଜଣ ଛାତ୍ରଛାତ୍ରୀ, ଭଗବାନ ବିର୍ ବିର୍ସା ମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟ, କଖାରୁଶୋଳରୁ ୮୦ ଜଣ। ସରଗଛିଡା ଗ୍ରା.ପ. ଅନ୍ତର୍ଗତ ଉଲ୍ ଗୁଲାନ୍ ମୁଣ୍ଡାରୀ ବିଦ୍ୟାଳୟ ହାତୀବାରିରୁ ୪୫ ଜଣ। କେଉଁଟୁଣୀମାରି ଗ୍ରା.ପ. ଅଧିନସ୍ଥ ବୀର ସହିଦ ଗୟାମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟରୁ ୨୦ ଜଣ ଛାତ୍ରଛାତ୍ରୀ ଏବଂ ମାରାଂତାଣ୍ଡି ଗ୍ରା.ପ. ଅଧିନସ୍ଥ ମାରାଂ ଗଙ୍କେ ଜୟପାଲ୍ ସିଂ ମୁଣ୍ଡା ମୁଣ୍ଡାରୀ ବିଦ୍ୟାଳୟ ଝୀନେଇରୁ ୨୦ଜଣ ଛାତ୍ରଛାତ୍ରୀ ବାର୍ଷିକ ପରୀକ୍ଷା ଦେଇଥିଲେ।
ବୁଧୁ ସିଂ, ସୁବୋଧ ଚନ୍ଦ୍ର ସିଂ, ମନୋରଞ୍ଜନ ସିଂ, ରଇବାରୀ ସିଂ ଏବଂ ଜୟନ୍ତୀ ସିଂ ଆଦି ମୁଣ୍ଡାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ତତ୍ତ୍ଵାବଧାନରେ ସୁରୁଖୁରୁରେ ପରୀକ୍ଷା ପରିଚାଳନା କରୁଥିଲେ। ମୁଣ୍ଡାରୀ ଭାଷା ସମନ୍ଵୟ ସମିତି କୁଳିଅଣା ଶାଖାର ଆବାହକ ସତ୍ୟବାନ୍ ସିଂ ଓ ବୁଧୁରାମ ସିଂ ସହଯୋଗ କରିଥିଲେ।
