ଝାରପୋଖରିଆ ଅଞ୍ଚଳରେ ଗୋ-ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ବାସଭବନରେ ଚଢ଼ାଉ
___________________
ତା/୧୩/୦୬/୨୬(ନି.ପ୍ର): ସାରସକଣା:(ଅନିଲ କୁମାର ସାହୁ):ରାଜ୍ୟ ସରକାରଙ୍କ କାର୍ଯ୍ୟ ଅତୁଳନୀୟ । ରାଜ୍ୟ ରେ ଏଇ କିଛି ମାସ ହେଲା ବେଆଇନ ସମ୍ପତ୍ତି, ଗୋ- ମାଫିଆ, ବାଲି ମାଫିଆ,ଗଞ୍ଜେଇ ବେପାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସରକାରଙ୍କ କାର୍ଯ୍ୟ ସ୍ବାଗତ୍ୟ ଯୋଗ୍ୟ ପଦକ୍ଷେପ। ସେହି ପରିପ୍ରେକ୍ଷୀ ରେ ଆଜି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଡୁପାଲିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଆଜି ୧୩ ତାରିଖ ଶନିବାର ଭୋର ସମୟରୁ ଝାରପୋଖରିଆ ସ୍ଥିତ ଗୋରୁ ମାଫିଆ ଓ ଗଞ୍ଜେଇ ବେପାରୀଙ୍କ ଘରେ ଚ଼ଢାଉ କରାଯାଇଛି । ବାରିପଦା ସଦର ଏସ. ଡ଼ି.ପି.ଓ ପ୍ରଭାତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଝାରପୋଖରିଆ ଥାନା ଅଧୀନସ୍ତ ଝାରପୋଖରିଆର ଗୋ-ମାଫିଆ ଉତ୍ତମ ଦଣ୍ଡପାଟଙ୍କ ବାସଭବନ ଉପରେ ଚଢାଉ କରିଥିବା ବେଳେ ଶୀର୍ଷା ପଞ୍ଚାୟତ ଶୀର୍ଷା ଗ୍ରାମର ଗଞ୍ଜେଇ ମାଫିଆ ଅର୍ଜୁନ ପଟ୍ଟନାୟକଙ୍କ ବାସଭବନ ଉପରେ ଏକ ସଙ୍ଗେ ଚଢ଼ାଉ କରାଯାଇଛି । ସଦର ଏସ. ଡ଼ି.ପି. ଓ. ପ୍ରଭାତ କୁମାର ମଲ୍ଲିକଙ୍କ ସୂଚ଼ନା ଅନୁଯାୟୀ ଝାରପୋଖରିଆ ଗୋ-ମାଫିଆ ଉତ୍ତମ ଦଣ୍ଡପାଟଙ୍କ ଘରେ ଚଢ଼ାଉ କରି ମୋଟ ୧ କୋଟି ୨୭ ଲକ୍ଷ ୧୧ ହଜାର ୯୭୯ ଟଙ୍କାର ବିଭିନ୍ନ ସମ୍ପତ୍ତି ଜବତ କରିଛି ।ଝାରପୋଖରିଆ ଥାନା କେସ୍ ନମ୍ବର ୧୦୭/୨୬ ଅନୁଯାୟୀ ୧ ଲକ୍ଷ ୨୦ ହଜାର ୫୮୦ ଟଙ୍କାର ନଗଦ ଅର୍ଥ ଜବତ କରିବା ସହିତ ଉତ୍ତମ ଦଣ୍ଡପାଟଙ୍କ ଜମି ଓ ଦୁଇ ତାଲା କୋଠା ଏବଂ ଘରର ଆସବାବପତ୍ର କୁ ମିଶାଇ ମୋଟ ୨ କୋଟିରୁ ଊର୍ଦ୍ଧ୍ବ ଜବତ କରିବା ସହିତ ସୁନା ଅଳଙ୍କାର ୧୦୦ ଗ୍ରାମ୍, ରୂପା ଅଳଙ୍କାର ୫୦୦ ଗ୍ରାମ୍ ଏବଂ ନଗଦ ଟଙ୍କା ୧ ଲକ୍ଷ ୨୦ ହଜାର ୫୮୦ ଟଙ୍କା ଜବତ କରିଥିବା ବେଳେ ଦୁଇଟି ଲଗ୍ ଜରିସ୍ ଫର୍ଚୁନ୍ ଗାଡ଼ି, ଗୋଟିଏ ସ୍କୁଟର ସହିତ ଦୁଇଗୋଟି ମଟର ସାଇକେଲ ଜବତ କରିଥିବା କଥା ସଦର ଏସ. ଡ଼ି. ପି. ଓ. ଶ୍ରୀ ମଲ୍ଲିକଙ୍କ ଠାରୁ ଆମ ସାରସକଣା ପ୍ରତିନିଧି ଙ୍କ ଦ୍ୱାରା ସୂଚ଼ନା ହସ୍ତଗତ ହୋଇଛି । ସେହିପରି ଶିର୍ଷାସ୍ଥିତ ଗଞ୍ଜେଇ ବେପାରୀ ମାଫିଆ ଅର୍ଜ୍ଜୁନ ପଟ୍ଟନାୟକଙ୍କ ବାସଭବନରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ଦୁଇ ଗୋଟି ଚାରିଚ଼କିଆ ଯାନ, ଗୋଟିଏ ସ୍କୁଟର ଓ ଗୋଟିଏ ବାଇକ୍ ଜବତ କରିଛନ୍ତି । ଭଞ୍ଜଦୁତ ଖବର।
