ବେତନଟୀ ଡାକ୍ତରଖାନା ରେ ବିଭିନ୍ନ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ରେ ବିଳମ୍ବ କୁ ନେଇ ଅସନ୍ତୋଷ
ବେତନଟୀ (ନି ପ୍ର )୧୧/୬: ବେତନଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ର ରୋଗୀ ଚିକିତ୍ସା ରେ ତ୍ରୁଟି ପାଇଁ ରୋଗୀର ଜୀବନ ବିପଦର ଆଶଙ୍କା ଉପୁଜିବାର ସମ୍ଭାବନା ସହିତ ଡାକ୍ତରଖାନା ର କେତେକ ଅନ୍ୟ ସମସ୍ୟା ର ସମାଧାନ ପାଇଁ ରୋଗୀ ପରିବାର ଓ ବେତନଟୀ ବ୍ଲକ ମିଡିଆ ଆସୋସିଏସନର ମିଳିତ ଉଦ୍ୟମରେ ବେତନଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ସିପୁନ କୁମାର ପଣ୍ଡା ଓ ପି ଆର ଏମ ମେଡିକାଲ କଲେଜ ର ଚିକିତ୍ସାଧିକାରୀ ଧନୁର୍ଜୟ ମହାନ୍ତ ଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା ଏହି ଅଭିଯୋଗ ପରେ ଗତ ମେ ମାସ ୨୦ ତାରିଖ ରେ ମେଡିକାଲ କଲେଜ ର ସହକାରୀ ଚିକିତ୍ସାଧିକାରୀ ଶଶିକାନ୍ତ ସେଠୀ ବେତନଟୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆସି ତଦନ୍ତ କରିଥିଲେ ଏହି ତଦନ୍ତ ହେବାର ୨୦ ଦିନ ବିତିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ର ବିଳମ୍ୱ କୁ ନେଇ ରୋଗୀ ପରିବାର, ମିଡିଆ ଆସୋସିଏସନର ସଦସ୍ୟ ଗଣ ଓ ବେତନଟୀ ଅଞ୍ଚଳ ର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୂଚନା ଯୋଗ୍ୟ ବାହାନଡ଼ା ଗ୍ରାମର ବିଦ୍ୟାଧର ବେହେରା ଙ୍କ ର ନାବାଳିକା କନ୍ୟା ସ୍ନେହାଶ୍ରି ବେହେରା ଙ୍କ ର ଗୋଡ ଭାଙ୍ଗିବାର ଭୁଲ ଏକ୍ସରେ ରିପୋର୍ଟ ପ୍ରଦାନ ଓ ତାଙ୍କୁ ବାରିପଦା ରେଫର୍ କରିବା ସେହି ଭଳି ବେତନଟୀ ଡାକ୍ତରଖାନ ରେ ରୋଗୀ ଆସିବା ପୁର୍ବରୁ ଇଞ୍ଜେକ୍ସନ ରେ ଅନାବଶ୍ୟକ ଭାବେ ଓଷଧ ସିରିଂଚ ରେ ଲୋଡ କରି ରଖିବା ରୋଗୀ ଆସିବା ପରେ ପୂର୍ବରୁ ଓଷଧ ଭର୍ତ୍ତି ହୋଇରହି ଥିବା ଇଂଜେକ୍ସନ୍ ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଥିଲା ଓ ଏହାର ତଦନ୍ତ ହୋଇ ଥିଲା ସେହଭଳି ବେତନଟୀ ଡାକ୍ତରଖାନ ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ, ବେତନଟୀ ଡାକ୍ତରଖାନା ରେ ନିୟମିତ ଶବ ବ୍ୟବଚ୍ଛେଦ କରାଯିବା ସମସ୍ୟା ଗୁଡିକର ସମାଧାନ ପାଇଁ ଅଭିଯୋଗ ହୋଇଥିଲା। ଏ ସମ୍ପର୍କ ରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଚିକିତ୍ସା ଅଧିକାରୀ ସିପୁନ କୁମାର ପଣ୍ଡା ଙ୍କୁ ପଚାରିବାରୁ କୁହନ୍ତି ତଦନ୍ତର କାର୍ଯ୍ୟାନୁଷ୍ଠାନ ପାଇଁ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ଆସିନାହିଁ ରଜ ପୂର୍ବରୁ ଆସିବ ବୋଲି ଶୁଣିବାକୁ ମିଳିଛି ବୋଲି କହିଛନ୍ତି। ଠିକ ସେହିପରି ତଦନ୍ତ ଅଧିକାରୀ ଭାବେ ଆସିଥିବା ପି ଆର ଏମ ମେଡିକାଲ କଲେଜର ସହକାରୀ ଚିକିତ୍ସା ଅଧିକାରୀ ଶଶିକାନ୍ତ ସେଠୀ ଙ୍କୁ ପଚାରିବାରୁ ସେ କହନ୍ତି ସମସ୍ତ ତଦନ୍ତ ରିପୋର୍ଟ ମୁଁ ଜିଲ୍ଲା ଚିକିତ୍ସାଧିକାରୀ ଧନୁର୍ଜୟ ମହାନ୍ତ ଙ୍କୁ ପ୍ରଦାନ କରିଛି ଏବଂ ସେ ବୁଝିବେ ବୋଲି କହିଛନ୍ତି।
