*ନୂଆପଡ଼ାରେ କାଳବୈଶାଖୀ ତାଣ୍ଡବ ମଣ୍ଡିରେ ଭିଜିଲା ହଜାର ହଜାର ବସ୍ତା ରବି ଧାନ, ଚିନ୍ତାରେ ଚାଷୀନୂଆପଡ଼ା:*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ଯୋଗୁଁ ଚାଷୀମାନେ ବଡ଼ ସମସ୍ୟାରେ ପଡ଼ିଛନ୍ତି. ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି।ଏହି କାରଣରୁ ମଣ୍ଡିରେ ବିକ୍ରି ନହୋଇ ଖୋଲା ଆକାଶ ତଳେ ପଡ଼ିରହିଥିବା ହଜାର ହଜାର ବସ୍ତା ଧାନ ପାଣିରେ ଭିଜି ନଷ୍ଟ ହୋଇଯାଇଛି।ମଣ୍ଡିରେ ଅବ୍ୟବସ୍ଥା ଓ କଟନି-ଛଟନି ଜୁଲୁମଚାଷୀମାନଙ୍କ ଅଭିଯୋଗ ଅନୁସାରେ, ମିଲର୍ସ ଏବଂ ପେକ୍ସ (PACS) କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ମଣ୍ଡିରୁ ଠିକ୍ ସମୟରେ ଧାନ ଉଠିପାରୁ ନାହିଁ। ପଞ୍ଚମପୁର ଏବଂ ଅନ୍ୟାନ୍ୟ ମଣ୍ଡିରେ ଚାଷୀମାନେ ପ୍ରାୟ ୫ ରୁ ୬ ଦିନ ହେବ ଧାନ ଆଣି ଜଗି ରହିଛନ୍ତି।ଏହା ମଧ୍ୟରେ କାଳବୈଶାଖୀ ବର୍ଷା ଆସିବାରୁ ସବୁ ଧାନ ଓଦା ହୋଇଯାଇଛି।ଧାନ ଭିଜିଯିବା ପରେ ଏବେ ମିଲରମାନେ ଚାଷୀଙ୍କୁ ଶୋଷଣ କରୁଛନ୍ତି। ସେମାନେ ପ୍ରତି କ୍ୱିଣ୍ଟାଲ୍ ପିଛା ୩ କେଜି ବଦଳରେ ୬ ରୁ ୭ କେଜି ପର୍ଯ୍ୟନ୍ତ ବେଆଇନ କଟନି-ଛଟନି ଦାବି କରୁଛନ୍ତି।ଚାଷୀଙ୍କ ଗୁହାରିକଷ୍ଟ କରି ଧାନ ଅମଳ କରିବା ପରେ ମଧ୍ୟ ସରକାର କିମ୍ବା ପ୍ରଶାସନ ସେମାନଙ୍କ ଦୁଃଖ ବୁଝୁନାହାନ୍ତି ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।ବର୍ଷସାରାର ରୋଜଗାର ଏବେ ନଷ୍ଟ ହେବାକୁ ବସିଛି।ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ମଣ୍ଡିରୁ ଶୀଘ୍ର ଧାନ ଉଠାଇବାକୁ ଚାଷୀମାନେ ଜୋରଦାର ଦାବି କରିଛନ୍ତି।
