ବିଜେଡି ର ନାରି ଅଧିକାର ଅଭିଯାନ ବରଗଡ :୨୯/୦୫(ନି ପ୍ର )ବରଗଡ଼ ଜିଲ୍ଲା ଅତାବିରା, ପଦ୍ମପୁର ନିର୍ବାଚନ ମଣ୍ଡଳୀ ପରେ ଆଜି ବରଗଡ଼ ନିର୍ବାଚନ ମଣ୍ଡଳୀରେ ନାରୀ ଅଧିକାର ଅଭିଯାନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ବିଜେଡି ଦଳର ବରିଷ୍ଠ ନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ବିଜେଡି ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନି ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ ବିଜେପୁର ପୂର୍ବତନ ବିଧାୟିକା ରୀତା ସାହୁ ପ୍ରମୁଖ ଯୋଗ ଦେଇ ନାରୀ ଅଧିକାର ଅଭିଯାନ ଉପରେ ମହିଳାମାନଙ୍କୁ ସଚେତନ କରି ସରକାରଙ୍କୁ ଟାର୍ଗେଟ କରିଥିଲେ । ବରଗଡ଼ ସହର ଅଗ୍ରଗାମୀ ଯୁବକ ସଂଘ କାର୍ଯ୍ୟାଳୟୁ ବିଜେଡି ଦଳ ପକ୍ଷରୁ ଶହଶହ ମହିଳା ହାତରେ ପ୍ଲାକାର୍ଡ଼ ଧରି ନାରାବାଜି ଦେଇ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା । ସେଠାରେ ବରଗଡ଼ ଏଡିଏମ ମଧୁଛନ୍ଦା ସାହୁଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ଦାବି ପତ୍ର ପ୍ରଦାନ କରଯାଇଥିଲା । ପାର୍ଲାମେଣ୍ଟରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିବା ମହିଳା ସଂରକ୍ଷଣ ଅଧିନିୟମର ତ୍ବରିତ କାର୍ଯ୍ୟାନୁଷ୍ଠାନ ଓ ମହିଳାମାନଙ୍କ ପ୍ରତି ବଢ଼ିଚାଲିଥିବା ନୃସଂଶ ନିର୍ଯ୍ୟାତନାକୁ ବନ୍ଦ ଦାବି କରିବାକୁ ଦାବି କରିଛି ବିଜୁ ଜନତା ଦଳ । ୨୦୨୩ ମସିହାରେ ପାର୍ଲାମେଣ୍ଟରେ ଗୃହିତ ହୋଇ ଆଇନରେ ପରିଣତ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଲାଗୁ କରାଯାଉ । ୩୩ପ୍ରତିଶତ ଲୋକସଭା ଓ ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁୁ କରାଯିବା ଏବଂ ବିଗତ ଦୁଇ ବର୍ଷ ଯେଭଳି ନାରୀ ନିର୍ଯ୍ୟାତନା ବୃଦ୍ଧି ପାଉଛି ତାକୁ ରୋକିବା ସହ ଦୃଷ୍ଠାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରିଛି ବିଜେଡି ।
