
ସୋର (ଜ୍ୟୋତି ପ୍ରକାଶ ଦିକ୍ଷିତ) : ସୋର ବ୍ଳକ ସାଜନପୁର ପଞ୍ଚାୟତର ଚପରପଦା-ଜାମୁଝାଡି ଭାୟା କସବା ରାସ୍ତା ଏବେ ପାଲିଟିଛି ମରଣଯନ୍ତା। ଉକ୍ତ ରାସ୍ତାରେ ଦୈନନ୍ଦିନ ଶହଶହ ଗାଡ଼ି ଘୋଡ଼ା ଯିବା ଆସିବା କରେ। ଏହି ରାସ୍ତା ଉପରେ ସାଜନପୁର ପଞ୍ଚାୟତ ର ଦୁଇଟି ଗ୍ରାମ ଏବଂ କେଦାରପୁର ପଞ୍ଚାୟତ ର ତିନୋଟି ଗ୍ରାମର ଗ୍ରାମବାସୀ ନିର୍ଭର ଶୀଳ। ଉକ୍ତ ରାସ୍ତା ଟି ମଧ୍ୟ ଜାତିୟ ରାଜପଥ କୁ ସଂଯୋଗ କରୁଛି। ଉକ୍ତ ଗ୍ରାମ ଗୁଡିକର ନଦୀ ପାଖିଆ ଗ୍ରାମ ହୋଇଥିବାରୁ ଆଗକୁ ବର୍ଷା ଦିନ ଆସୁଥିବାରୁ ଗ୍ରାମବାସୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଆଗକୁ ଯଦି ଏହାର ସମାଧାନ ନ କରାଯିବ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିବେ ବୋଲି ସୂଚନା ମିଳିଛି।ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ବିଭିନ୍ନ ଅଧିକାରୀ ମାନଙ୍କୁ ଭେଟି ଦାବିପତ୍ର ଦେଇଥିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ଶୂନ୍ୟ। ଦେଖିବାକୁ ବାକି ରହିଲା ସରକାର କେବେ ଏମାନଙ୍କ ଦୁଃଖ ଶୁଣୁଛି।