ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ର ୩ୟ ଦିନର ଖେଳ
——————————————–
ବାରିପଦା – ଷ୍ଟାଡିୟମ ପଡିଆରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଓ ଫୁଟବଲ ଏସୋସିଏସନ ଅଫ ଓଡିଶା, ଜିଲ୍ଲା ପ୍ରଶାସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ସହଯୋଗରେ ଆୟୋଜିତ ୧୪ ବର୍ଷରୁ କମ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟାନସିପ ର ୩ୟ ଦିନ ଅତିଥି ଭାବେ ଯୋଗଦେଇ ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ବେହେରା ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ପ୍ରସନ୍ନଜିତ ମହାନ୍ତି, ସଦସ୍ୟ ଶ୍ୱେତକେତୁ ଦତ୍ତ, ଲକ୍ଷ୍ମଣ ମହାପାତ୍ର ଏବଂ ବରିଷ୍ଠ କ୍ରୀଡ଼ାବିତ ବିଜୟ କୁମାର ଦାସ (ମଣ୍ଟୁ ଦା) ଉପସ୍ଥିତ ଥିଲେ I ବାଳକ ବିଭାଗର ୧ମ ମ୍ୟାଚରେ ଉଦଳା ସରକାରୀ ଉଚ୍ଚ ବିଦ୍ୟାଳୟ ୨-୧ ଗୋଲରେ ଦେଉଳି ଯୁନାଇଟେଡ଼ ଫୁଟବଲ କ୍ଲବ କୁ, ୨ୟ ମ୍ୟାଚରେ ଏନ ୱାୟ କେ, ବହଳଦା ୭-୦ ଗୋଲରେ ବାରମାଇଲର ୟୁ ଏନ ଜି ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରିଥିବା ବେଳେ ବାଳିକା ବିଭାଗରେ ସାତକୋଶିଆ, ଚଢେଇଗାଁ ୫-୦ ଗୋଲରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବାଦାମପାହାଡ଼କୁ ପରାସ୍ତ କରିଥିଲା I ବାପୁନ କୁମାର ମହାନ୍ତ, କେଶବ ସୋରେନ, ନାରାୟଣ ହାଁସଦା, ଯୁଗସେଙ୍ଗଲ ସୋରେନ, ସମ୍ରାଟ ହେମ୍ବ୍ରମ, ଲୋକନାଥ ହେମ୍ବ୍ରମ, ରବୀନ୍ଦ୍ର ଟୁଡୁ, ଅମ୍ବିକା ହେମ୍ବ୍ରମ, ସୁଭଦ୍ରା ହେମ୍ବ୍ରମ ଓ ସୋମବାରୀ ହେମ୍ବ୍ରମ ଖେଳ ପରିଚାଳନା କରିଥିଲେ I ଶ୍ରୀନିବାସ ହେମ୍ବ୍ରମ ଓ ରାଇସେନ ଟୁଡୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ I
