*ନୂଆପଡାମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ: ଜଳଧାରା ଓ ମନରେଗା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ* ନୂଆପଡା(ମିଖାଏଲ ନନ୍ଦ)
ତା: ୨୩.୦୫ :
ନୂଆପଡା ଜିଲ୍ଲାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରଞ୍ଜନ ପାତ୍ର ସମସ୍ତଙ୍କୁ ସ୍ୱାଗତ ଜଣାଇ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଅଧିକାରୀ ସ୍ୱୟଂ ପ୍ରଭା ସିଂହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାୟୀ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା ଓ କୃଷିବନୀକରଣ ଯୋଜନାର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। କୃଷିବନୀକରଣ ଯୋଜନା ଅଧୀନରେ ୬୩ ହେକ୍ଟର ଜମିରେ ଚାରାରୋପଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ସମସ୍ତ ଯୋଜନାର ବର୍ତ୍ତମାନ ପ୍ରଗତି ସମ୍ପର୍କରେ ମଧ୍ୟ ସେ ଅବଗତ କରାଇଥିଲେ।ସମୀକ୍ଷା ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା ୨୧୯ଟି ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣସହ ମନରେଗା ଯୋଜନାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପକୁ ମଧ୍ୟ ଶେଷ କରିବାକୁ ଆହ୍ୱାନ।
