# *ନାରୀ_ଅଧିକାର_ଅଭିଯାନ’ ବିକ୍ଷୋଭ* # ୨୩/୦୫/୨୦୨୬ ଭଞ୍ଜଦୂତ ଖବର ବାଙ୍ଗିରିପୋଷି (ନି.ପ୍ର.)ଅଂଶୁମାନ ଘୋଷ :-ଆଜି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଠାରେ ବାଙ୍ଗିରିପୋଷି ବ୍ଲକ ରେ ଶନିବାର ବିଜେଡ଼ି ଦେଖାଇଲା ନାରୀ ସୁରକ୍ଷା ପାଇଁ ଦବଦବା । ହଜାର ହଜାର ନାରୀ ମାନେ ଏକତ୍ରିତ ହୋଇ ବାଙ୍ଗିରିପୋଷି ବଜାର ପରିକ୍ରମା କରିବା ସହିତ ଜାତୀୟ ରାଜପଥ ୪୯ ନିକଟସ୍ଥ ଖଇରୀ ରିସୋର୍ଟ୍ ରେ ବିଜେଡି ତରଫରୁ ହେଲା କର୍ମୀ ସମ୍ମିଳିନୀ , ବିଜେପି ବିରୁଦ୍ଧରେ ଗର୍ଜନ କଲେ ପୁର୍ବତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି l ଅନୁଷ୍ଠିତ ହୋଇଥିଲା ଏ ଲଢେଇ ମହିଳାଙ୍କ ସମ୍ମାନ, ସ୍ୱାଭିମାନ ହକ ଓ ଅଧିକାର ର ଲଢେଇ, ଅତ୍ୟାଚାରୀ ବିଜେପି ସରକାରଙ୍କ ବିରୁଦ୍ଧରେ ଲଢେଇ।ମହିଳାଙ୍କୁ 33% ସଂରକ୍ଷଣ ଲୋକସଭା ଓ ବିଧାନସଭାରେ ଦିଅ, ସାମାଜିକ ସୁରକ୍ଷା ଦିଅ, ଯୌନ ନିର୍ଯାତନା ବନ୍ଦ କର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କର,ନଚେତ ଗାଦି ଛାଡ l ହଜାର ହଜାର ସଂଖ୍ୟା ରେ ମହିଳାମାନେ ଶୋଭାଯାତ୍ରା କରି ବିଜେପି ସରକାର ବିରୁଦ୍ଧରେ ସ୍ୱର ଶାଣିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମହିଳା, ନେତୃମଣ୍ଡଳୀ, କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ। ଖରାରେ ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ କାର୍ଯ୍ୟକ୍ରମରେ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ କୋହିଥିଲେ ପୁର୍ବତନ ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି।
