ଏକ୍ସାଭେଟର ମେସିନ ଉପରେ ଟଳି ପଡିଲେ ଅପରେଟର, ଅଂଶୁଘାତ ସନ୍ଦେହ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଏକ୍ସାଭେଟର ମେସିନ ଉପରେ ଉପରେ ଟଳି ପଡିଲେ ମେସିନ ଅପରେଟର। ମୃତ ଅପରେଟର ଜଣଙ୍କ ପରଜଙ୍ଗ ଥାନା ମାଣିକମରା ଗ୍ରାମ ର √ଗଙ୍ଗାଧର ପାତ୍ର ଙ୍କ ପୁତ୍ର ଗଗନ ପାତ୍ର (୪୨)। ସୂଚନା ମୁତାବକ ଗଗନ ଦୀର୍ଘ ବର୍ଷ ଧରି ଓ ଏମ ଟି କମ୍ପାନୀରେ ମେସିନ ଅପରେଟର ଭାବେ କାର୍ଯ୍ୟ କରି ଆସୁଥିଲେ। ଗତ ଗୁରୁବାର ରାତିରେ ଖାଇପିଇ ସେଠାରେ ଥିବା ଘର ଭିତରେ ସୋଇଥିଲେ। ଅଧିକ ଗରମ ଓ ଗୁଳୁଗୁଳି ଅନୁଭୁତ ହେବାରୁ ଘରୁ ବାହାରି ଆସି ଏକ୍ସାଭେଟର ମେସିନ ଉପରେ ସୋଇଥିଲେ।ତେବେ ଆଜି ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କର ଅଂଶୁଘାତ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ସେ ଯେଉଁ ଓ ଏମ ଟି କମ୍ପାନୀ ରେ କାର୍ଯ୍ୟରତ ଥିଲେ ସେ ଠାରୁ ପରିବାର ଲୋକ ଙ୍କୁ ୪ଲକ୍ଷ୍ୟ ଟଙ୍କା ସାହାଯ୍ୟ କରିବା ପରେ ଘଟଣା ସ୍ଥଳରୁ ପରଜଙ୍ଗ ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
