*ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରେ ଆଦିବାସୀ କଲ୍ୟାଣ ସଂଘ ପକ୍ଷ ରୁ ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୦୫.
ଆଦିବାସୀ କଲ୍ୟାଣ ମହା ସଂଘ ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷ ରୁ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧରେ ନୀତି ଅବଲମ୍ବନ କରୁଥିବା ବେଳେ ଏହାର ତୀବ୍ର ବିରୋଧ କରି ଆଜି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଶୋଭାଯାତ୍ରା ରେ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାମିଲ ହୋଇଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଛନ୍ତି।ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ଅବଲମ୍ବନ କରିଥିବା ନେଇ ବିକ୍ଷୋଭ ସଭାରେ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ଏହି ଶୋଭାଯାତ୍ରା ରେ ରାଜ୍ୟସଭା ପୂର୍ବତ୍ତନ ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତପ ସିଂ ମାଝୀ ବହୁ ଆଦିବାସୀ ନେତା ସାମିଲ ହୋଇଥିଲେ। ଅନ୍ୱେଷା ଯୋଜନା, ସ୍ତାଇପେଣ୍ଡ ୫୦ ହଜାର, ଜଙ୍ଗଲ ଅଧିକାର ଆଇନ୨୦୦୫, ପେଶା ଆଇନ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଁ ନ ଥିବା ଦାବୀ କରିଥିଲେ। ଫଳରେ ଆଦିବାସୀ ମାନେ ସରକାରୀ ଯୋଜନା ରୁ ବଞ୍ଚିତ ଥିବା ଅଭିଯୋଗ କରି ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।
