ଭଞ୍ଜଦୂତ ବିତନୁ ନାୟକଙ୍କ ୫୦ତମ ଜନ୍ମ ଦିବସ ପାଳିତ
ବାରିପଦା/-
ଭଞ୍ଜଦୂତ ସମ୍ବାଦପତ୍ରର ପ୍ରତିଷ୍ଠାତା ତଥା ଏକଦା ମୟୂରଭଞ୍ଜର ସ୍ବାଭିମାନ ରକ୍ଷା ପାଇଁ ଲଢୁଥିବା ଯୁବ ବ୍ୟକ୍ତିତ୍ବ ସ୍ବର୍ଗତ ବିତନୁ ନାୟକଙ୍କ ୫୦ ତମ ଜନ୍ମଦିବସ ବିତନୁ ସ୍ଶୃତି ନ୍ୟାସ ତରଫରୁ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାଗୃହରେ ଆୟୋଜିତ ହୋଇଯାଇଛି । ପରିଷଦର ଉପସଭାପତି କାବେରୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ କବୟିତ୍ରୀ ଓ ସମାଜସେବୀ ବିରଜା ଦେବୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିତନୁ ନାୟକଙ୍କ ଆଦର୍ଶ ଦ୍ବାରା ଆଜିର ଯୁବସମାଜ ଅନୁପ୍ରାଣିତ ହୁଅନ୍ତୁ ବୋଲି ମତ ରଖିଥିଲେ। ପ୍ରାରମ୍ଭରେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ସ୍ବାଗତ ଭାଷଣ ପରେ ସ୍ବର୍ଗତ ବିତନୁ ନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଓଡ଼ିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ତଥା ଯୁବକବି ଏବଂ ସଂଗଠକ ଶିଉଲାଲ ମହାନ୍ତ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସ୍ବର୍ଗତ ବିତନୁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏତଦ୍ ବ୍ୟତୀତ ପ୍ରତିଶ୍ରୁତିର ସଂପାଦକ ଭାଗବତ ପଣ୍ତା, ମୟୂରଭଞ୍ଜ ସାହିତ୍ୟ ପରିଷଦର ସଂପାଦକ ଇଂ ମନୋଜ ଦଳବେହେରା, ଭଞ୍ଜଦୂତ ସମ୍ବାଦପତ୍ରର ପ୍ରକାଶକ ତଥା ବିତନୁଙ୍କ ମାତା ହାରାମଣୀ ଦଳେଇ ଏବଂ ନବମ ଶ୍ରେଣୀର ବାଳକ ସୁତନୁ ନାୟକ ମାଆ, ମାଟି ଓ କର୍ତ୍ତବ୍ୟ କ୍ଷେତ୍ରରେ ସ୍ବର୍ଗତ ବିତନୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। କବି ଗୋପାଳ ଚନ୍ଦ୍ର ସାଓଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଡ. ସଞ୍ଜୀବ ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ସାଓ, ହାରାମଣି ଦଳେଇ, ମିନତୀ ଦାଶ, ଜୟରାମ ସିଂ, ଦ୍ବିଜକିଶୋର ପରିଡ଼ା ପ୍ରମୁଖ କବିତାପାଠ କରିଥିଲେ। ପରିଶେଷରେ ସ୍ବର୍ଗତ ବିତନୁ ନାୟକଙ୍କ ସ୍ମୃତିରେ ଏକ ସ୍ମରଣିକା ମଧ୍ୟ ଲୋକାର୍ପିତ ହୋଇଥିଲା।ପରି ଶେଷରେ ହାରାମଣୀ ଦଳେଇଙ୍କ ସମ୍ପାଦନାରେ ଅଲିଭା ମହାଜ୍ୟୋତି ଏକ କବିତା ସଂକଳନ ଲୋକାର୍ପିତ ହୋଇଥିଲା ,
