କାମାକ୍ଷାନଗର ମହାବିଦ୍ୟାଳୟର ସଫଳତା
କାମାକ୍ଷାନଗର, କାମାକ୍ଷାନଗର ମହାବିଦ୍ୟାଳୟ ର ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସଫଳତା ହାସଲ କରିଛି l ଏହି ଉଚ୍ଚ ମାଧ୍ୟମିକ ପରୀକ୍ଷାରେ କଳା ବିଭାଗରେ ୩୨ ଜଣ ପ୍ରଥମ ଶ୍ରେଣୀ, ୨୬ ଜଣ ଦ୍ୱିତୀୟ ଓ ୭୧ ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ସେମାନଙ୍କ ମଧ୍ୟରୁ ଆରୋସ୍ମିତା ପଣ୍ଡା ୫୩୯ ନଂ ରଖି (୮୯. ୮୩ ପ୍ରତିଶତ ) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ବିଜ୍ଞାନ ବିଭାଗ ରେ ୩୬ ଜଣ ପ୍ରଥମ ଶ୍ରେଣୀ, ୪୯ ଜଣ ଦ୍ୱିତୀୟ ଓ ୧0 ଜଣ ତୃତୀୟ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l ଏଥିମଧ୍ୟରେ ପୁନମପ୍ରିୟା ଦେହୁରୀ ୫୫୧ ନଂ ରଖିବା ସହିତ ୯୧. ୮୩ ପ୍ରତିଶତ ସହିତ ପ୍ରଥମ ହୋଇଛନ୍ତି l ସେହିପରି ବାଣିଜ୍ୟ ବିଭାଗରେ ପ୍ରଥମ ଶ୍ରେଣୀ ରେ ୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୨ ଜଣ ଏବଂ ତୃତୀୟ ଶ୍ରେଣୀରେ ଜଣେ ଉତ୍ତୀର୍ଣ୍ଣ ହୋଇଛନ୍ତି l
