ଆମ୍ବ ଗୋଟାଇବାକୁ ଓ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଦୁଇ ମୃତ
ହାତୀ ମଣିଷ ଲଢେଇ ଅନୁଗୋଳ ଜିଲ୍ଲାରେ ଲାଗି ରହିଥିବା ହାତୀ ଦିନକୁ ଦିନ ଉତ୍ପାତ ମତାଇ ନିରୀହ ଲୋକଙ୍କ ଜୀବନ ନେଇଯାଉଛି। ଗୋଟିଏ ସପ୍ତାହରେ ୭ ରୁ ୮ଜଣଙ୍କ ଜୀବନ ନେଲାଣି ହାତୀ।
ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜ ପୁରୁଣାଗଡ଼ ସେକ୍ସନ ନନ୍ଦପୁର ପଞ୍ଚାୟତ ଚନ୍ଦନପୁର ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ବନ୍ତଳା ରେଞ୍ଜ ପୋକତୁଙ୍ଗା ବିଟ ମଧୁପୁର ଗାଁ ବାଘୁଆପାଟ ଆମ୍ବତୋଟା ରେ ଧୂଳିଆ ଦେହୁରୀ 55 ଙ୍କ ହାତୀ ଆକ୍ରମଣରେ କରିଥିବା ସେ ବି ମୃତ୍ୟବରଣ କରିଥିବା ସୂଚନା। ମିଳିଥିବା ସୂଚନା ଅନୁଯାୟୀ ମୃତକ ଭୋଳେଶ୍ଵର ପ୍ରଧାନ(60) ସକାଳୁ ଗାଁ ମୁଣ୍ଡ ପଡ଼ିଆକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ହାତୀସହ ମୁହାଁମୁହିଁ ହୋଇଥିଲେ । ସେଠାରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ସେଇଭଳି ବନ୍ତଳା ରେଞ୍ଜ ପୋକତୁଙ୍ଗା ବିଟ ମଧୁପୁର ଗାଁ ବାଘୁଆପାଟ ଗ୍ରାମର ଧୂଳିଆ ଦେହୁରୀ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀ କଚାଡ଼ି ଆକ୍ରମଣ କରିଥିଲା ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ, ଗାଁ ଲୋକଙ୍କ ଠାରୁ ଖବର ପାଇ ବନବିଭାଗ ଓ ବନ୍ତଳା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ବେଳେ, ଗ୍ରାମବାସୀ ମାନେ ପୁରୁଣାଗଡ଼ କରତପଟା ମୁଖ୍ୟ ରାସ୍ତାରେ ଶବକୁ ରଖି ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି । ଘଟଣା ସ୍ଥଳରେ ଡିଏଫଓ ପହଞ୍ଚିବା ନେଇ ଲୋକଙ୍କ ଦାବି ରହିଥିବା ଜଣାପଡ଼ିଛି।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତ୍ତିବାସନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
