*ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ରେ ବିଶ୍ୱଜିତ ପ୍ରଧାନ ୫୭୭ ନମ୍ବର ରଖି ଏ ୱାନ ରେ ପାସ୍, ନୂଆପଡ଼ା ଜିଲ୍ଲା ଟପ୍ପର ରୂପେ ବିବେଚିତ, ପରୀକ୍ଷିତ ଟାଇଗର କଲେଜ ରେ ଶିକ୍ଷା ଗ୍ରହଣ*
ନୂଆପଡା(ମିଖାଏଲ ନନ୍ଦ)
ତା :୨୦/୦୫.
ନୂଆପଡ଼ା ଜିଲ୍ଲା ର ବିଶ୍ୱଜିତ ପ୍ରଧାନ ପରୀକ୍ଷିତ ଟାଇଗର କଲେଜ ରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଚଳିତ୍ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ରେ ଜିଲ୍ଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ମାତା ବସୁଧା ଖମାରୀବେବନ୍ ବାପା ଧନ ସିଂ ପ୍ରଧାନ ଙ୍କ ପୁତ୍ର ବିଶ୍ୱଜିତ୍ ପ୍ରଧାନ ଉଲ୍ଲେଖନୀୟ ସଫଳତା ପାଇ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଆସୁଥିବା ବେଳେ ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ଜିଲ୍ଲାପାଳ ସମସ୍ତ ମହାବିଦ୍ୟାଳୟ ଅଧ୍ୟାପକ ଅଧ୍ୟାପିକା ଙ୍କୁ କୃତଜ୍ଞତା ଜଣାଇ ଆଗକୁ ସଫଳତା ହାସଲ କରିବେ ବୋଲି ଆହ୍ୱାନ ଦେଇଛନ୍ତି।
