ମହିମା ମହାବିଦ୍ୟାଳୟ ତରଫରୁ ଦହିସର୍ବତ ବଣ୍ଟନ l (ରିପୋର୍ଟ -ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଯୋରନ୍ଦା ସ୍ଥିତ ମହିମା ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଶ୍ରୀ ପ୍ରହଲ୍ଲାଦ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନ ରେ ପ୍ରଚଣ୍ଡ ଖରା ଓ ଗରମକୁ ଦୃଷ୍ଟିରେ ରଖି କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଦହିପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ମହିମା ମହାବିଦ୍ୟାଳୟର ଏହି ଜନହିତକର କାର୍ଯ୍ୟକ୍ରମ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସିତ ହୋଇଛି । ଆୟୋଜକ: ମହିମା ମହାବିଦ୍ୟାଳୟ, ଯୋରନ୍ଦା (ଯୁବ ରେଡ଼କ୍ରସ ଜାତୀୟ ସେବା ଯୋଜନା (NSS) ଯୋରନ୍ଦା, ଢେଙ୍କାନାଳ । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ରଞ୍ଜନ କୁମାର ମହାପାତ୍ର, କାଳନ୍ଦୀ ଚରଣ ପଣ୍ଡା, ସୌମ୍ୟକାନ୍ତ ସାହୁ, ଡ. ଇପ୍ଲି ଶିବ ଶଙ୍କର ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣ-ଶିକ୍ଷକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
