ବରଗଡ଼ରେ ବିଜେପିର ମିଶ୍ରଣ ପର୍ବ
ବରଗଡ଼ :୧୭/୦୫-(ନି ପ୍ର )ବରଗଡ଼ ଜିଲ୍ଲାରେ ରାଜନୈତିକ ମହଳରେ ବର୍ତ୍ତମାନ ଚର୍ଚ୍ଚା ସୃଷ୍ଟି କରିଛି ବିଶାଳ ମିଶ୍ରଣ ପର୍ବ। କଂଗ୍ରେସ ଓ ବିଜେଡି ଛାଡ଼ି ଶହ ଶହ ଯୁବକ ଓ ମହିଳା କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।କଂଗ୍ରେସର ଯୁବ ସଂଗଠକ ତଥା ବରିଷ୍ଠ ନେତା ସୁରୁବାବୁ ବେହେରା, ଯୁବ ସଂଗଠକ ସରୋଜ ମଙ୍ଗୁଆଳ, ଯୁବ ନେତା ପ୍ରଶାନ୍ତ ମହାପାତ୍ର, ବିଟୁ ସରାଫ, ପିଙ୍କୁ ସାହୁ, ସନ୍ତୋଷ ସାହୁ, ଶିବ ଜେନା, ବିବଚ୍ଛ ଗଡ଼ତିଆ ଓ ସୁମେନ ସରାଫଙ୍କ ସହ ଶତାଧିକ ସମର୍ଥକ ଆଜି ବିଜେପିରେ ସାମିଲ ହୋଇଛନ୍ତି।ବରଗଡ଼ ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଡ଼ ଅରୂପାନନ୍ଦ ସାହୁ ଉପଢୌକନ ପ୍ରଦାନ କରି ସମସ୍ତଙ୍କୁ ଦଳରେ ସ୍ୱାଗତ କରିଥିଲେ।ବିଜେପିରେ ଯୋଗଦାନ ପରେ ଯୁବ ସଂଗଠକ ସୁରୁବାବୁ ବେହେରା କହିଛନ୍ତି ଯେ, ବରଗଡ଼ରେ ଚାଲିଥିବା ବିକାଶମୂଳକ କାର୍ଯ୍ୟରୁ ପ୍ରଭାବିତ ହୋଇ ସେମାନେ ବିକାଶ ପ୍ରକ୍ରିୟାରେ ସାମିଲ ହେବା ପାଇଁ ବିଜେପିକୁ ବାଛିଛନ୍ତି।ସେହିପରି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି ଯେ, ଆଗାମୀ ଦିନରେ ବରଗଡ଼ର ବିକାଶକୁ ଆହୁରି ଦ୍ବିଗୁଣିତ କରାଯିବ ଏବଂ ନୂତନ ଯୋଗଦାନକାରୀମାନେ ଦଳକୁ ଅଧିକ ସଶକ୍ତ କରିବେ।
