ଆର୍ଟ ଅଫ୍ ଗୀଭିଙ୍ଗ ଦ୍ଵାରା ବିଶ୍ଵ ଭ୍ରାତୃତ୍ୱ ସ୍ରୁଷ୍ଟି ହୋଇପାରିବ l
ରଘୁନାଥପୁର (ନି.ପ୍ର): ଦିନକୁ ଦିନ ଭାଇଚାରା ଓ ସୁସମ୍ପର୍କ ରେ ବିବାଦ ସବୁ ବଢ଼ୁଥିବାରୁ ଆର୍ଟ ଅଫ୍ ଗୀଭିଙ୍ଗ ଦ୍ଵାରା ବିଶ୍ଵ ଭ୍ରାତୃତ୍ୱ ସ୍ରୁଷ୍ଟି ହେବା ସହିତ ବିଶ୍ଵଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି ହୃଦୟଙ୍ଗମକରି ଏ ଦିଗରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ଡାକ୍ତର ଅଚ୍ୟୁତ ସାମନ୍ତ ନିଜ ଉଦ୍ୟମ ବଳରେ ଶେଷ ଶୋପାନ ରେ ଆଣି ପହଞ୍ଚାଇ ଦେଲେଣି। ଡାକ୍ତର ସାମନ୍ତ ଙ୍କ ଏପରି ଉଦ୍ୟମ ଆଜି ସହର ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବେଶ୍ ସୁନାମ ଅର୍ଜନ କରିସାରିଲାଣି । ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ର ଉପର ବାଙ୍କଲ ଗ୍ରାମରେ ଅନୁଷ୍ଠିତ ଆର୍ଟ ଅଫ୍ ଗୀଭିଙ୍ଗ ତ୍ରୟୋଦଶ ଉତ୍ସବ ରେ ଜିଲ୍ଲା ସଂଯୋଜକ ତଥା ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ଵାଇଁ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ଓଡିଆ ମହାସଂଘର ସଭାପତି ଡାକ୍ତର ସୁରେନ୍ଦ୍ର ନାଥ ମହାପାତ୍ର ଯୋଗଦେଇ ଡାକ୍ତର ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରl ପ୍ରତିଷ୍ଠା ହୋଇଥିବା ଆର୍ଟ ଅଫ୍ ଗୀଭିଂ ଦ୍ଵାରା ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ ବୋଲି କହିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ମାନସ ପ୍ରଫେସର ଶରତ କୁମାର ରାଉତରାୟ ଯୋଗ ଦେଇ ଯୁଗେ ଯୁଗେ ବହୁ ମହାନ୍ ବ୍ୟକ୍ତି ମାନେ ଦାନ କରି ଚିର ପୂଜ୍ୟ ହୋଇ ଉଠିଛନ୍ତି, ବର୍ତ୍ତମାନ ଶ୍ରୀ ସାମନ୍ତ ଙ୍କ ସମର୍ପିତ ଜୀବନ ଜନ ଜାତି ଏବଂ ଓଡିଆ ମାନଙ୍କ ପlଇଁ ସ୍ମରଣୀୟ ହୋଇ ରହିଯିବ। ଏଥିରେ ସମ୍ମାନିତ ଅତିଥି ଭାବେ ରଘୁନାଥପୁର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଆଶୁତୋଷ ବାନାର୍ଜୀ, ପୂର୍ଣ୍ଣଚନ୍ଦ୍ର ବିଦ୍ୟା ମନ୍ଦିର ପ୍ରଧାନ ଶିକ୍ଷକ ନିକୁଞ୍ଜ କିଶୋର ଦାଶ, ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, କିଟ୍ ଆଇଟି ବିଭାଗ ଅଧିକାରୀ ସତ୍ୟବ୍ରତ ସ୍ଵାଇଁ, କିମ୍ସ୍ ର ଅଭୟ କୁମାର ସ୍ଵାଇଁ, କିଟ୍ କର୍ମଚାରୀ ଗଣେଶ୍ଵର ଓଝା, ସି ଆର୍ ସି ସି ଟୁନିଆ ସିଂହ, ଶିକ୍ଷାବିତ୍ ଉମା କାନ୍ତ ସିଂହ, ଶିକ୍ଷାବିତ୍ ନନ୍ଦୁ ସିଂହ, ଜିଲ୍ଲା ସାମ୍ବାଦିକ ୟୁନିୟନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶୁଭଙ୍କର ଜେନା ଓ ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ସିଂହ ପ୍ରମୁଖ ଯୋଗ ଦେଇ ଆର୍ଟ ଅଫ୍ ଗୀଭିଙ୍ଗ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଶତାଧିକ ଆଦିବାସୀ ମହିଳା ମାନଙ୍କୁ ଶାଢୀ, ଆଦିବାସୀ ପୁରୁଷ ମାନଙ୍କୁ ବସ୍ତ୍ର, ଛାତ୍ର ଛାତ୍ରୀ ମାନଙ୍କୁ ଖାତା, ବହି, କଲମ, ପେନସିଲ, ରବର ଓ ଶୁଖିଲା ଖାଦ୍ୟ ସବୁ ବଣ୍ଟନ କରାଯାଇଥିଲା l ଶେଷରେ ଆଦିବାସୀ ମହିଳା ମାନେ ସେମାନଙ୍କର ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ l ସେହିପରି ରେଢୁଆ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ପରିସରରେ ଆର୍ଟ ଅଫ୍ ଗୀଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଲେଙ୍କା, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ସୁରେଶ୍ ଚନ୍ଦ୍ର ରାଉତ, ଶିକ୍ଷାବିତ୍ ସଦାଶିବ ବିଶ୍ଵାଳ, ଯୁବ ସାମାଜ ସେବି ଜୋସେଫ ସ୍ଵାଇଁ, ଶୁଭ୍ରକାନ୍ତ ଜେନା, ନିଗମାନନ୍ଦ ଦାସ, ଅଜୟ କୁମାର ବରାଳ, ସାମ୍ବାଦିକ ପ୍ରଦୀପ୍ତ କୁମାର ନାୟକ, ସୁଶାନ୍ତ କୁମାର ରାଉତ, ପଦ୍ମନାଭ ଓଝା, ନଟବର ବାରିକ ଓ ସରୋଜ ନାୟକ ପ୍ରମୂଖ ଯୋଗ ଦେଇ ଆର୍ଟ ଅଫ୍ ଗୀଭିଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ସମସ୍ତ ଛାତ୍ର ଛାତ୍ରୀ ଓ ଆଦିବାସୀ ଲୋକମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା l
